The Ultimate Managed Hosting Platform
ADVERTISEMENT

ବାଉନ୍ସ ହୋଇଗଲା ୨୨ କୋଟିର ଚେକ୍ ରାମ ମନ୍ଦିର ପାଇଁ ଆସିଥିଲା ଦାନ

Facebook
Twitter
LinkedIn

ଲକ୍ଷ୍ନୌ: ସମଗ୍ର ଦେଶରୁ ଅଯୋଧ୍ୟାରେ ନିର୍ମିତ ହେଉଥିବା ରାମ ମନ୍ଦିର ନିମନ୍ତେ ଦାନର ସୁଅ ଛୁଟୁଛି । ଏଥିନିମନ୍ତେ ଶ୍ରଦ୍ଧାଳୁ ଲକ୍ଷ ଲକ୍ଷ ଟଙ୍କା ଦାନ କରୁଛନ୍ତି। ମାତ୍ର ଏବେ ଶୁଣିବାକୁ ମିଳୁଛି, ଟ୍ରଷ୍ଟ ନିକଟକୁ ଆସିଥିବା ପ୍ରାୟ ୧୫ ହଜାରଟି ଚେକ୍ ବାଉନ୍ସ ହୋଇ ଯାଇଛି। ଏହି ଚେକ୍‌ରେ ଥିବା ଧନରାଶିର ମୂଲ୍ୟ ପ୍ରାୟ ୨୨ କୋଟି ଟଙ୍କାରୁ ଅଧିକ ହେବ । ତେବେ ବାଉନ୍ସ ହେବା କାରଣରୁ ଏହା ଆକାଉଣ୍ଟକୁ ଆସି ପାରି ନ ଥିବା ଟ୍ରଷ୍ଟ ବୋର୍ଡ ପକ୍ଷରୁ କୁହାଯାଇଛି।

ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ସୂଚନା ଜାରି ଅନୁଯାୟୀ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏ ପର୍ଯ୍ୟନ୍ତ ୩୪୦୦ କୋଟି ଟଙ୍କା ଦାନ ସୂତ୍ରରେ ମିଳି ସାରିଲାଣି। । ଅଯୋଧ୍ୟାରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କାର୍ଯ୍ୟାଳୟ ପ୍ରବନ୍ଧକ ପ୍ରକାଶ ଗୁପ୍ତାଙ୍କ କହିବା ମୁତାବକ, ଏପରି ଚେକ୍‌କୁ ଅଲଗା କରିବା ପାଇଁ ଏକ ଅଲଗା ରିପୋର୍ଟ ପ୍ରସ୍ତୁତ କରାଯାଉଛି। ଏହାଦ୍ୱାରା ବାଉନ୍ସ ହେଉଥିବା ଚେକ୍ ସମ୍ପର୍କରେ ଆମେ ସଠିକ୍ ସୂଚନା ପାଇପାରିବୁ।

ତେବେ ଚେକ୍‌ରେ ରହି ଯାଉଥିବା ବନାନଗତ ତ୍ରୁଟି, ତାଳମେଳ ରହୁ ନ ଥିବା ହସ୍ତାକ୍ଷର, କିମ୍ବା ଅନ୍ୟ ତ୍ରୁଟି ଯୋଗୁ ଏହା ବାଉନ୍ସ ହେଉଛି। ଏ ନେଇ ଛୋଟ ତ୍ରୁଟି ଯୋଗୁ ବାଉନ୍ସ ହେଉଥିବା ଚେକ୍‌କୁ ପୁଣି ଥରେ ବ୍ୟାଙ୍କରେ ଡିପୋଜିଟ କରାଯିବ। ଏଥିସହ ଆକାଉଣ୍ଟରେ ଆବଶ୍ୟକ ପରିମାଣର ଅର୍ଥ ରାଶି ନ ଥିବା ବି ଚେକ୍ ବାଉନ୍ସ ହେବାର ପ୍ରମୁଖ କାରଣ ବୋଲି ସେ କହିଛନ୍ତି।

ସୂଚନା ମୁତାବକ ଏ ଯାବତ ରାମ ମନ୍ଦିର ନିର୍ମାଣ ପାଇଁ ଲକ୍ଷେ ଟଙ୍କାରୁ ୫ ଲକ୍ଷ ପର‌୍ୟ୍ୟନ୍ତ ଦାନ ଦେଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୧, ୬୬୩ ରହିଛି। ଏହାବାଦ ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ ଦାନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୧,୪୨୮ ଅଛି। ପ୍ରାୟ ୧୨୫ ଜଣ ୨୫ ଲକ୍ଷରୁ ୫୦ ଲକ୍ଷ ଓ ୧୨୭ ଜଣ ୫୦ ଲକ୍ଷରୁ ୧ କୋଟି ମଧ୍ୟରେ ଦାନ କରିଛନ୍ତି । ୧ କୋଟିରୁ ଅଧିକ ଟଙ୍କା ଦାନ କରିଥିବା ବ୍ୟକ୍ତିଙ୍କ ସଂଖ୍ୟା ୭୪ ବୋଲି ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ କାର‌୍ୟ୍ୟାଳୟ ପ୍ରବନ୍ଧକଙ୍କ ସୂତ୍ରରୁ ମିଳିଥିବା ସୂଚନା ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ମୁକ୍ତ ହେବେ ୨ ହଜାର ପାଲେଷ୍ଟାଇନ , ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା

ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧବିରତି ଚୁକ୍ତିକୁ ଇସ୍ରାଏଲ କ୍ୟାବିନେଟର ମଞ୍ଜୁରୀ । ବନ୍ଦୀ ହୋଇ ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ମୁକ୍ତ କରିବାକୁ ଅନୁମୋଦନ । ୭୨ ଘଣ୍ଟା...

ADVERTISEMENT
ଆସନ୍ତା କାଲିଠାରୁ ରାଜ୍ୟରେ ବର୍ଷା ସମ୍ଭାବନା; ପାଣିପାଗ ବିଭାଗ

ପୁଣି ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ , ୧୨ ଯାଏଁ ବର୍ଷା ଜାରି

ଭୁବନେଶ୍ୱର : ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ । ଆଜି ଉତ୍ତର-ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା । ସୃଷ୍ଟ ଘୂର୍ଣ୍ଣିବଳୟ ବିଶେଷ...

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ପାକିସ୍ତାନରେ ଇଣ୍ଟରନେଟ ବନ୍ଦ ; ଟିଏଲପି ବିକ୍ଷୋଭ ନେଇ ବନ୍ଦ

ଇସଲାମବାଦ : ପାକିସ୍ତାନରେ 3G/4G ଇଣ୍ଟରନେଟ ସେବା ବନ୍ଦ । ଇସଲାମବାଦ ଓ ରାୱଲପିଣ୍ଡିରେ ଇଣ୍ଟରନେଟ ବନ୍ଦ । ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି...

Login