ଜଳେଶ୍ୱର : ମୁହାଁ ମୁହିଁ ଧକ୍କା ବାଇକ-ସ୍କର୍ପିଓ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଘଟିଛି ଅଘଟଣ ।ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ଅନ୍ତର୍ଗତ ୫୭ ନମ୍ବର ରାଜ୍ୟ ରାଜପଥର ନହରା ଛକ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏହି ଘଟଣାରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି ।ସ୍କର୍ପିଓ ଟି ବାଇକ କୁ ଧକ୍କା ଦେବା ଫଳରେ ଭାରସାମ୍ୟ ହରାଇଥିଲା । ଯାହାଫଳରେ ସ୍କର୍ପିଓ ଟି ନୟନଜୋଡି କେନାଲକୁ ଖସିପଡିଥିଲା । ଏହି ଘଟଣାରେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ପରିଚୟ ପ୍ରମୋଦ ପ୍ରଧାନ । ସେ ଜଳେଶ୍ବର ଥାନା ସର୍କାତିୟା ଗ୍ରାମର ବାସିନ୍ଦା ।କମର୍ଦ୍ଦା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ଗାଡିକୁ ଜବଦ କରିବା ସହ ତଦନ୍ତ ଜାରି ରଖିଛି ।
Views: 32