ନବରଙ୍ଗପୁର : ବସ-ପାଇପ ବୋଝେଇ ଟ୍ରକ ମଧ୍ୟରେ ଧକ୍କାା ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାିଥିବା ୨୬ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣ ଆହତ ହୋଇଛନ୍ତି ।ଆହତମାନଙ୍କୁ ଚିକିତ୍ସା ଲାଗି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।ବସ୍ଟି ଧକ୍କା ହୋଇ ରାସ୍ତା କଡ଼ ଖାଲକୁ ଖସି ଓଲଟି ପଡିଥିଲା। ଖବର ପାଇ ପାପଡାହାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଜାତୀୟ ରାଜପଥ ଉପରେ ପାଇପଗୁଡିକ ପଡିରହିଛି।ପାଇପ ବୋଝେଇ ଟ୍ରକ୍ର ପାର୍ଶ୍ୱରେ ବସ୍ ଧକ୍କା ଦେବା ଯୋଗୁ ପାଇପରେ ବନ୍ଧା ଯାଇଥିବା ବେଲ୍ଟ ଛିଡି ଯିବା ଯୋଗୁ ପାଇପଗୁଡିକ ଖସି ପଡ଼ିଥିଲା। ବସ୍ ଡ୍ରାଇଭର ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ରାସ୍ତା କଡ଼ ଜମିକୁ ବସ୍କୁ ନେଇଯାଇଥିବା କୁହାଯାଉଛି। ବସ୍ରେ ୨୬ଜଣ ଯାତ୍ରୀ ଥିବା ଜଣାପଡିଛି।
Views: 27