ବଣାଇ : ବସକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ । ଦୁର୍ଘଟଣାରେ ୬ ଆହତ । ବଣାଇ ଥାନା କେନାଭଟା ନିକଟରେ ବସ ଟ୍ରକ ଧକ୍କା । ବାଲେଶ୍ୱରରୁ ରାଉରକେଲା ଯିବା ବେଳେ ଦୁର୍ଘଟଣା । ପ୍ରକାଶ ଯେ, ରାଧାମାଧବ ବସଟି ବାରିପଦାରୁ କରଞ୍ଜିଆ ଅଭିମୁଖେ ଘାଟି ଚଢୁଥିଲା । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ବୁଲାଣି ରାସ୍ତାରେ ପଛ ପାର୍ଶ୍ବ ଘଷି ହୋଇ ଅଟକି ଯାଇଥିଲା । ଫଳରେ ଯାତ୍ରୀମାନେ ସୁରକ୍ଷିତ ଭାବେ ବସରୁ ଓହ୍ଲାଇ ପଡିଥିଲେ । ରାସ୍ତା ଜାମ ହୋଇ କିଛି ସମୟ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଖବରପାଇ ବାଙ୍ଗିପୋଷି ଦମକଳ ବାହିନୀ ଓ ପୁଲିସ ପହଞ୍ଚି ସ୍ବାଭାବିକ ସ୍ଥିତି ଫେରାଇବାକୁ ଉଦ୍ୟମ ଚଳାଇଛନ୍ତି ।
Views: 84











