The Ultimate Managed Hosting Platform
ADVERTISEMENT

ବସ-ଟ୍ରକ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ

Facebook
Twitter
LinkedIn

ସୋର : ବସ-ଟ୍ରକ ମୁହାଁମୁହିଁ ଧକ୍କା । ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ । ସୋର କଲେଜ ଛକ ନିକଟରେ ବସ-ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣାସ୍ଥଳରେ ଚାପି ହୋଇ ରହିଛନ୍ତି ଟ୍ରକ ଡ୍ରାଇଭର । ଭୁବନେଶ୍ୱରରୁ ବାଲେଶ୍ୱର ଅଭିମୁଖେ ଯାଉଥିଲା ବସ । ୪୦ ଜଣ ଯାତ୍ରୀଙ୍କ ମଧ୍ୟରୁ କିଛି ଯାତ୍ରୀ ଆହତ ହୋଇଥିବା ସୂଚନା । ସୂଚନା ଅନୁସାରେ ‘ଅଜୟ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ସତସଙ୍ଗ ବିହାର ନିକଟରେ ଏକ ପୋଲ ଉପରେ ଯାଉଥିବା ବେଳେ ଏକ ଟ୍ରଲର ସହିତ ଧକ୍କା ହୋଇଥିଲା । ଯାହାଫଳରେ ବସ୍ରେ ଥିବା ପ୍ରାୟ ୪୦ଜଣ ଯାତ୍ରୀ ଆହତ ହୋଇଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ କାହାରି ଅବସ୍ଥା ଗୁରୁତର ହୋଇନାହିଁ । ଅନ୍ୟପକ୍ଷରେ ଟ୍ରଲର ଡ୍ରାଇଭର ଦୀର୍ଘ ସମୟ ଧରି ଟ୍ରକ୍ ଏବଂ ବସ୍ ମଧ୍ୟରେ ଫସି ରହିଥିଲେ । ସୂଚନାମିଳିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଲିଭ-ଇନରେ ରହୁଥିବା ପ୍ରେମୀ ଯୁଗଳଙ୍କ ପାଇଁ ରାୟ ଶୁଣାଇଲେ ସୁପ୍ରିମ କୋର୍ଟ

ୱକଫ ଆଇନ ସଂଶୋଧନ ପ୍ରସଙ୍ଗ : କେନ୍ଦ୍ରକୁ ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ୱାକଫ ଆଇନ ମାମଲା ନେଇ ସୁପ୍ରିମକୋର୍ଟରେ ଶୁଣାଣି । ଜବାବ ଦାଖଲ ପାଇଁ କେନ୍ଦ୍ରକୁ ସପ୍ତାହ ପାଇଁ ସମୟ ଦେଲେ ସୁପ୍ରିମକୋର୍ଟ । ଜବାବ...

Login