ଭଦ୍ରକ : ବସକୁ ପଛରୁ ପିଟିଲା କଣ୍ଟେନର । ଦୁର୍ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ବସକୁ ଧକ୍କା ଦେବା ପରେ ପଛକୁ ପଛ ପିଟି ହେଲେ ୨ କଣ୍ଟେନର । ଭଣ୍ଡାରୀପୋଖରୀ ଥାନା ଛତାବର ନିକଟରେ ସିରିଜ ଦୁର୍ଘଟଣା ହୋଇଛି । ଆହତଙ୍କ ମଧ୍ୟରୁ ୪ ଯାତ୍ରୀଙ୍କୁ ଭଦ୍ରକରୁ କଟକ ସ୍ଥାନାନ୍ତର କରାଯାଇଛି । ବସରେ ୬୦ରୁ ଅଧିକ ଯାତ୍ରୀ ଟାଟାରୁ ପୁରୀ ଅଭିମୁଖେ ଆସୁଥିଲେ । ଆଜି ଭୋର ପ୍ରାୟ ୪ଟାରେ ଘଟିଛି ଏହି ସିରିଜ ଦୁର୍ଘଟଣା । ଟାଟାରୂ ଭୁବନେଶ୍ୱର ଓ ପୁରୀ ଯାଉଥିବା ଗୋଟିଏ ଯାତ୍ରୀବାହୀ ବସ ପଛ ଚକା ଛତାବର ନିକଟରେ ପମ୍ପଚର ହେବା ଛିଡ଼ା ହୋଇଥିଲା । ଏତିକିବେଳେ ପଛରୁ ଗୋଟିଏ ବାଲି ବୋଝେଇ ଟ୍ରକ ପ୍ରଥମେ ବସଟିକୁ ଧକ୍କା ଦେଇଥିଲା । ଏହାର କିଛି କ୍ଷଣ ପରେ ପୁଣି ଏକ କଣ୍ଟେନର ବସ ଟିକୁ ଧକ୍କା ଦେଇଥିଲା । ଫଳରେ ବସରେ ଥିବା ୫୦ରୁ ଅଧିକ ଯାତ୍ରୀଙ୍କ ମଧ୍ୟରୁ ୧୧ ଜଣ ଆହତ ହୋଇଥିଲେ ।
Views: 18