ୟୁପି : ଉତ୍ତରପ୍ରଦେଶ ବଳରାମପୁର ଜିଲ୍ଲାରେ ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ସୁନୋଲୀରୁ ଦିଲ୍ଲା ଯାଉଥିବା ଏକ ଘରୋଇ ବସ୍ ଟ୍ରକ ସହିତ ଧକ୍କା ହୋଇଥିଲା । ଟ୍ରକ ଧକ୍କା ହେବା ପରେ ବସ୍ ୧୦୦ ମିଟର ପର୍ୟ୍ୟନ୍ତ ଘୋଷାଡି ହୋଇ ଏକ ବିଦ୍ୟୁତ ଖୁଣ୍ଟ ସହିତ ଧକ୍କା ହୋଇଥିଲା । ଫଳରେ ବିଦ୍ୟୁତ୍ ଖୁଣ୍ଟଟି ବସ୍ ଉପରେ ପହିଥିଲା । ବସରେ କରେଣ୍ଟ ଳାଗି ନିଆଁ ଲାଗିଯାଇଥିଲା । ଘଟଣାରେ ୩ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହିତ ଫସିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲା । ଏଥିରେ ୩ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବସରେ ୪୦ ଜଣ ଯାତ୍ରୀ ଥିଲେ ବୋଲି ସୂଚନା ମିଳିଛି । ଘଟଣାର ତଦନ୍ତ କରୁଛି ପୋଲିସ ।
Views: 46











