ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନଙ୍କୁ ଡେଙ୍ଗୁ। ବର୍ତ୍ତମାନ ସେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ତାଙ୍କୁ ପ୍ରବଳ ଜ୍ୱର ସହିତ ଶରୀର ଯନ୍ତ୍ରଣା ହେଉଛି। ଏ କଥା ନିଜେ ଅଭିନେତ୍ରୀ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ଜଣାଇଛନ୍ତି।
ଜରିନ୍ ଖାନ୍ ପ୍ରଥମେ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଦେଇଥିଲେ, ଯେଉଁଥିରେ ତାଙ୍କ ହାତରେ ଡ୍ରିପ୍ ଲାଗିଥିବା ଦେଖାଯାଇଥିଲା। ଯଦିଓ ପରେ ସେହି ଷ୍ଟୋରୀକୁ ସେ ଡିଲିଟ୍ କରିଦେଇଥିଲେ। ଏହାପରେ ଜରିନ୍ ଆଉ ଏକ ଷ୍ଟୋରୀ ଦେଇଥିଲେ, ଯେଉଁଥିରେ ଜୁସ୍ ଗ୍ଲାସ୍ ଦେଖିବାକୁ ମିଳିଛି। ଏହି ଫଟୋ ସହିତ ଜରିନ୍ ଲେଖିଛନ୍ତି, ‘ରିକଭରୀ ମୋଡ୍’।
Views: 86