The Ultimate Managed Hosting Platform
ADVERTISEMENT

ବର୍ଷାଦିନରେ ପିଅନ୍ତୁ ୩ ପ୍ରକାର ଚା’ , ମିଳିବ ରୋଗରୁ ଫାଇଦା

Facebook
Twitter
LinkedIn

ବର୍ତ୍ତମାନ ଚାଲିଛି ବର୍ଷା ଋତୁ । ହଠାତ୍ ଗରମ ବା ବର୍ଷା ଯୋଗୁଁ ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଏ । ଯଦି ଆପଣମାନେ ଏହି ମନସୁନ୍‌ରେ ସୁସ୍ଥ ରହିବାକୁ ଚାହୁଁଛନ୍ତି ତାହାଲେ ଆପଣ ଏହି ଚା’କୁ ଆପଣାନ୍ତୁ ଆଉ ଚା’ ପିଇବାର ମଜା ଉଠାଇବା ସହ ଇମ୍ୟୁନିଟ୍ ମଧ୍ୟ ବଢାଇ ପାରିବେ । କାହିଁକି ନା ଏହି ଚା’ ପିଇବା ଦ୍ୱାରା ଅନେକ ରୋଗରୁ ରକ୍ଷା ପାଇବେ । ଏହି ମନସୁନ୍ ତଥା ମୈାସୁମୀରେ ଗରମ ଚା ପିଇବାର ମଜା କିଛି ଅଲଗା ଥାଏ । ଘରେ ସାଧାରଣତ କ୍ଷୀର ଚା ତିଆରି କରିବା ଏବଂ ପିଇବା ଏକ ପ୍ରକାର ଅଭ୍ୟାସ ରହିଯାଏ । ତଥାପି, ଏହା ଅଧିକ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ ।


ଅଧିକ କ୍ଷୀର ଚା ପିଇବା ଦ୍ୱାରା ଗ୍ୟାସ୍ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଆପଣମାନେ ଏହି ମନସୁନ୍‌ରେ କ୍ଷୀର ଚା ବଦଳରେ ଏକ ସୁନ୍ଦର ଉପାୟରେ ଚା’ ବନେଇ ପିଇ ପାରିବେ । ତେବେ ଚାଲନ୍ତୁ ମନସୁନ୍‌ରେ କେଉଁ ଚା’ ପିଇବା ଉଚିତ୍ ।


ମନସୁନ୍‌ରେ କେଉଁ ଚା’ ପିଇବା ଉଚିତ୍


ତୁଳସୀ ଚା’ : ଯଦି ଆପଣ ଏହି ମନସୁନ୍‌ରେ ମୁଣ୍ଡବ୍ୟଥା, ଥଣ୍ଡା, କାଶ ଇତ୍ୟାଦିରେ ଅସୁବିଧାରେ ପଡିଛନ୍ତି ତେବେ ଏହାକୁ ଆପଣ ଆପଣାଇ ପାରିବେ । କାହିଁକି ନା ଏହାକୁ ପିଇବା ଦ୍ୱାରା ଶରୀରରକୁ ଆରାମ୍ ମିଳେ । କିମ୍ବା ମଧୁମେହ, ଚିନ୍ତା ଏବଂ ଡିପ୍ରେସନ୍‌ରେ ଥିଲେ ମଧ୍ୟ ଆରାମ୍ ଦିଏ । ତୁଳସୀ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ମାତ୍ରା ଥାଏ । ଯାହା ଶରୀରରେ ଯେ କୈାଣସି ପ୍ରକାରର ରୋଗକୁ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ ।


ଅଦା ଚା’ : ଯଦି ଆପଣ ଏହି ମନସୁନ୍‌ରେ ଅଦା ଚା ପିଅନ୍ତି ତେବେ ଆପଣଙ୍କୁ ଫ୍ଲୁ, କାଶ, ଥଣ୍ଡା ଇତ୍ୟାଦିରୁ ରକ୍ଷା ପାଇପାରିବେ । ଏହା ବ୍ୟତୀତ ଅଦା ଚା’ ମଧ୍ୟ ଏହି ଦିନମାନଙ୍କରେ ହେଉଥିବା ହଜମ ସମସ୍ୟାରେ ମଧ୍ୟ ଲାଭଦାୟକ ଅଟେ । ଏହା ବ୍ୟତୀତ ରକ୍ତ ସଂଚାଳନରେ ମଧ୍ୟ ଉନ୍ନତି ଆଣିଥାଏ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ ।


ଗ୍ରୀନ ଟି : ଗ୍ରୀନ ଟିରେ ସାଧାରଣତ ଆଣ୍ଟିଅକ୍ସିଡାଣ୍ଟର ମାତ୍ରା ଭରପୂର ରହିଥାଏ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସାହାଯ୍ୟ କରେ । ଯାହା ଦ୍ୱାରା ସଂକ୍ରମକ ରୋଗକୁ ଏଡାଇ ଦିଆ ଯାଇପାରିବ । ଚର୍ମ ଏବଂ କେଶକୁ ମୁକ୍ତ ରେଡିକାଲର କ୍ଷତିରୁ ରକ୍ଷା କରିବାରେ ଗ୍ରୀନ ଟି ମଧ୍ୟ ଲାଭଦାୟକ ଅଟେ ।ଏହାକୁ ଆପଣ ଖାଲି ପେଟରେ ମଧ୍ୟ ପିଇ ପାରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login