କଟକ : ବଷାଙ୍କୁ ଭରଣପୋଷଣ କିମ୍ବା କ୍ଷତିପୂରଣ ଦେବେନି ଅନୁଭବ । ଅଭିଯୋଗ ସମ୍ପର୍କିତ ପ୍ରମାଣ ଦେଇପାରିଲେ ନାହିଁ ବର୍ଷା । ଏନେଇ ରାୟ ଶୁଣାଇଲେ ଜେଏମଏଫସି କୋର୍ଟ ।ଘରୋଇ ହିଂସା ଅଭିଯୋଗ ମାମଲାରେ କୋର୍ଟଙ୍କ ରାୟ ଆସିଛି ।୨୦୨୨ ମସିହାରେ ବର୍ଷା ଅନୁଭବ ଏବଂ ତାଙ୍କ ପରିବାର ବିରୁଦ୍ଧରେ ଆଣିଥିଲେ ସଂଗୀନ ଅଭିଯୋଗ । ଶାଶୁଘରେ ତାଙ୍କୁ ପାରିବାରିକ ହିଂସାର ଶିକାର ହେବାକୁ ପଡୁଛି ବୋଲି ବର୍ଷା ଅଭିଯୋଗ କରି ଜେଏମ୍ଏଫ୍ସି କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ତାଙ୍କୁ ମାନସିକ ଏବଂ ଶାରୀରିକ ନିର୍ୟାତନା ଦିଆଯାଉଛି, ତେଣୁ କ୍ଷତିପୂରଣ ବାବଦରେ ଏକ ନିର୍ଦ୍ଧିଷ୍ଟ ଅର୍ଥରାଶି ଦେବା ସହିତ ଭରଣପୋଷଣ ଲାଗି ଦାବି କରିଥିଲେ ବର୍ଷା । ଯାହାର ରାୟ ଆଜି ପ୍ରକାଶ କରିବା ସହିତ ବର୍ଷଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ ।
Views: 37