ବାଲିଗୁଡା : ଉଠା ଦୋକାନୀଙ୍କ ଉପରେ ଚଢିଗଲା କୋଲ୍ଡ ଡ୍ରିଙ୍କ୍ସ ବାଝେଇ ଟ୍ରକ । କନ୍ଧମାଳ ଜିଲ୍ଲା କୋଟଗଡ଼ ମୁଖ୍ୟ ବଜାର ସ୍ଥିତ ତିନି ଛକ ଠାରେ ଘଟିଛି ଏହି ଭୟାନକ ଦୁର୍ଘଟଣା । ମୋବାଇଲରେ କଥା ହୋଇ ଦ୍ରୁତ ଗତିରେ ଡ୍ରାଇଭର ଗାଡି ଚଳାଇବା ସମୟରେ ଭାରସାମ୍ୟ ହରାଇ ଡ୍ରେନ୍ ଉପରେ ଥିବା ଉଠା ଦୋକାନୀ ଉପରେ ଚଢ଼ିଯାଇଥିଲା ଏହି କୋଲ୍ଡ ଡ୍ରିଙ୍କ୍ସ ବୋଝେଇ ଟ୍ରକ୍ । ଦୋକାନ ପାଖରେ ଠିଆ ହୋଇଥିବା ୮ଜଣଙ୍କୁ ଧକ୍କା ଦେଇ ଟ୍ରକ୍ ଟି ଦ୍ରୁତ ଗତି ରେ ଖସି ପଳେଇଥିଲା । ତେବେ ଦୁର୍ଘଟଣାରେ ୪ ଜଣ ଗୁରୁତର ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ମୋଟ ୮ଜଣଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି କୋଟଗଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରାଇଥିଲେ । ସେମାନଙ୍କ ମଧ୍ୟରେ ଗୁରୁତର ଥିବା ୪ଜଣଙ୍କୁ ବାଲିଗୁଡା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଟ୍ରକ୍ ଟି କିପରି ଭାବେ ଦ୍ରୁତ ଗତିରେ ଆସି ଉଠା ଦୋକାନୀ ଉପରେ ମାଡି ଯାଇଥିଲା ସେହି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ତେବେ ଦୁର୍ଘଟଣାରେ ଉଠା ଦୋକାନୀଙ୍କ ଠେଲା ଗାଡି ଭାଙ୍ଗି ରୁଜି ଚୁରମାର ହେବା ସହ ପାଖରେ ଥିବା ଅନ୍ୟ ଦୋକାନୀମାନଙ୍କର ବହୁ ସାମଗ୍ରୀ, ବାଇକ ଭାଙ୍ଗି ଯାଇଛି । ଦୁର୍ଘଟଣା ପରେ ଫେରାର୍ ଟ୍ରକ୍ କୁ ତୁମୁଡିବନ୍ଧ ଥାନା କାଲିସା ପଦର ନିକଟରେ ଜବତ କରିଛି ତୁମୁଡିବନ୍ଧ ପୋଲିସ୍ ।
ଉଠା ଦୋକାନୀଙ୍କ ଉପରେ ଚଢିଗଲା ଟ୍ରକ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











