ଭୁବନେଶ୍ୱର : ଓଡ଼ିଶା କ୍ୟାଡର ବରିଷ୍ଠ ଆଇପିଏସ ଅଫିସର ଅମ୍ରିତ ମୋହନ ପ୍ରସାଦଙ୍କୁ ବଡ଼ ଦାୟିତ୍ବ । ୧୯୮୯ ବ୍ୟାଚ ଆଇପିଏସ ଅଫିସର ଅମୃତ ମୋହନ ପ୍ରସାଦଙ୍କୁ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି ଭାବେ ଅତିରିକ୍ତ ଦାୟିତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ସରକାରଙ୍କ କ୍ୟାବିନେଟ ନିଯୁକ୍ତି କମିଟି ୧୯୮୯ ବ୍ୟାଚର ଓଡିଶା କ୍ୟାଡ଼ରର ଏହି ଆଇପିଏସ ଅଫିସରଙ୍କ ଏହି ଅତିରିକ୍ତ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଅମୃତ ମୋହନ ପ୍ରସାଦ ସଶସ୍ତ୍ର ସୀମା ବଳର ଡ଼ିଜି ସହିତ ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକୁରିଟିର ଡ଼ିଜି ଭାବେ ଏହି ଅତିରିକ୍ତ ଦାୟିତ୍ୱରେ ରହିବେ ।ଗତ ନଭେମ୍ବର ୧ ତାରିଖରୁ ଏହି ଦାୟିତ୍ୱରେ ଅମୃତ ମୋହନ ପ୍ରସାଦ ଥିବା ବେଳେ ୬ ମାସ ପାଇଁ ଏହି ଦାୟିତ୍ୱ ଦିଆଯାଇଛି ।
Views: 27