ବ୍ୟୁରୋ : ବୃକ୍ଷ ହିଁ ଜୀବନ । ଆଗାମୀ ଭବିଷ୍ୟତଙ୍କର ସୁରକ୍ଷା ପାଇଁ ବୃକ୍ଷ ରୋପଣ ନିହାତି ଆବଶ୍ୟକ । ବ୍ୟସ୍ତ ବହୁଳ ଜୀବନରେ ଗଛଟିଏ ଲଗାଇବା ଆମର କର୍ତ୍ତବ୍ୟ । କିନ୍ତୁ ଗଛଟିଏ ଲଗାଇବା ପାଇଁ କେହି ବି ଧ୍ୟାନ ଦେଉନାହାନ୍ତି । ପିଲାଠୁ ବୟସ୍କ ସମସ୍ତେ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେବା ଉଚିତ । ପ୍ରତ୍ୟେକ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳନ କରାଯାଏ । ପୂର୍ବତନ କେନ୍ଦ୍ର କୃଷିମନ୍ତ୍ରୀ କେ,ଏନ ମୁନସୀ ଏହାକୁ ଲଞ୍ଚ କରିଥିଲେ । ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ଅର୍ନ୍ତଗତ ନିଆଳି ବ୍ଲକର କୃଷ୍ଣ ପ୍ରସାଦ ଗ୍ରାମ ପଞ୍ଚାୟତ ପ୍ରାଚୀ ନଦୀ କୂଳରେ ମା ପାଇଁ ବୃକ୍ଷରୋପଣ କାର୍ଯ୍ୟ ହୋଇଥିଲେ । ସନ୍ତୋଷ ମଲ୍ଲିକଙ୍କ ନେତୃତ୍ୱରେ ନରେଶ ସାହୁ, ଦିନ ବନ୍ଧୁ ବାରିକ ଏବଂ ଥାନା ଅଧିକାରୀ ଆଇଆଇସି ମମତା ଏଥିରେ ସହଯୋଗ କରିଥିଲେ । ମୌସୁମୀ ବର୍ଷା ଆମ ଭୂମିକୁ ଆଶୀର୍ବାଦ କରୁଥିବାରୁ ଏବଂ ଭବିଷ୍ୟତ ପିଢୀଙ୍କ ପାଇଁ ଆଶାର ବୀଜ ରୋପଣ କରିବା ପାଇଁ ଏହାଠାରୁ ଭଲ ସମୟ ଆଉ କିଛି ନାହିଁ। ତେଣୁ ପ୍ରତ୍ୟେକ ମଣିଷ ଗଛଟିଏ ଲଗାଇବା ଉଚିତ ।
ବନ ମହୋତ୍ସବରେ ଯୁବପୀଢିଙ୍କ ନିଆରା ପ୍ରୟାସ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











