ଭୁବନେଶ୍ୱର : ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନେଇ ବିଧାନସଭାରେ ଉଠିଲା ପ୍ରଶ୍ନ । ଅଶ୍ଲୀଳ ନୃତ୍ୟ ବନ୍ଦ କରିବାକୁ ଅଣ୍ଟା ଭିଡିଲେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଯାତ୍ରାରେ ହେଉଥିବା ଅଶ୍ଲୀଳତା ସମାଜ ଉପରେ ପକାଉଛି କୁ ପ୍ରଭାବ । କାରଣ ଏପରି ନୃତ୍ୟକୁ ବନ୍ଦ କରିବାକୁ ଅଣ୍ଟା ଭିଡିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ । ବିଧାନସଭାରେ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୁରଜ କହିଛନ୍ତି, ଯାତ୍ରା ରେ ଚାଲୁଥିବା ଅଶ୍ଲୀଳ ନୃତ୍ୟ ଖୁବ୍ ଶିଘ୍ର ବନ୍ଦ ହେବ । ଏଥିପାଇଁ ରାଜ୍ୟ ସରକାର ଆଣୁଛନ୍ତି ମାର୍ଗଦର୍ଶିକା । ଯାତ୍ରା ପାର୍ଟିରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ୍ ଲଗାଇବା ପାଇଁ ରାଜ୍ୟ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।
Views: 45