ଭୁବନେଶ୍ୱର : ବଦଳିଲେ ଦୁଇ ଗୁରୁତ୍ୱପୁର୍ଣ୍ଣ ଆସନର ପ୍ରାର୍ଥୀ । ବିଶେଷ କରି ସମ୍ବଲପୁର ଆସନରେ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ଦଳ ପୂର୍ବରୁ ପ୍ରାର୍ଥୀ କରିଥିବାବେଳେ ଏନେଇ ବିରୋଧର ସ୍ୱର ଉଠିଥିଲା । ସେଠିକାର ଅଞ୍ଚଳ ସହ ତାଙ୍କର ବିଶେଷ ସମ୍ପର୍କ ନଥାଇ ବି ତାଙ୍କୁ ସେଠାରୁ କିପରି ପ୍ରାର୍ଥୀ କରାଯାଇଛି ବୋଲି ଦଳ ପ୍ରତି ପ୍ରଶ୍ନ ଉଠିଥିଲା । ଏହାପରେ ବିଚାର ବିମର୍ଷ ପରେ ଏହି ଦଳ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି ବିଜେଡି ସୁପ୍ରିମୋ । ସମ୍ବଲପୁରରେ ଦଳ ପ୍ରସନ୍ନ ଆଚାର୍ୟ୍ୟଙ୍କ ବଦଳରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଥିବାବେଳେ ପ୍ରସନ୍ନ ଆଚାର୍ୟ୍ୟଙ୍କୁ ମିଳିଛି ରେଢାଖୋଲ ଆସନ । ତେବେ ଦଳର ସୁପ୍ରିମୋ ହିସାବରେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ତାହାକୁ ଗ୍ରହଣ କରିବେ ବୋଲି କହିଛନ୍ତି ଉଭୟ ନେତା ପ୍ରସନ୍ନ ଆଚାର୍ୟ୍ୟ ଓ ରୋହିତ ପୂଜାରୀ ।
Views: 62