The Ultimate Managed Hosting Platform
ADVERTISEMENT

ବଦଳିଲା ‘ରାଜ ଭବନ’ର ନାଁ , ହେଲା ‘ଲୋକ ଭବନ’

Facebook
Twitter
LinkedIn

ଭୁବନେଶ୍ୱର : ଆନୁଷ୍ଠାନିକ ଭାବରେ ‘ରାଜ ଭବନ’ ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଛି । ଏହି ପରିବର୍ତ୍ତନ ସମ୍ପର୍କରେ ରାଜ ଭବନ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହା ଓଡ଼ିଶାର ପ୍ରଶାସନିକ ପରିଚୟରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ। ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟି ଏହି ନାମକରଣକୁ ଅନୁମୋଦନ କରିଛନ୍ତି । ୨୦୨୪ ମସିହାରେ ରାଜ୍ୟପାଳଙ୍କ ସମ୍ମିଳନୀ ସମୟରେ ହୋଇଥିବା ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ଉପନିବେଶ ଯୁଗର ଶବ୍ଦରୁ ଦୂରେଇ ଯାଇ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ପାଇଁ ସମଗ୍ର ଭାରତରେ ରାଜ ଭବନ ମାନଙ୍କର ନାମକୁ ‘ଲୋକ ଭବନ’ ନାମରେ ବଦଳାଇବାକୁ ପ୍ରସ୍ତାବ ଦିଆଯାଇଥିଲା।ଏହି ନାମ ପରିବର୍ତ୍ତନ ସହିତ ଓଡ଼ିଶା ଉପନିବେଶବାଦୀ ନାମଗୁଡ଼ିକରୁ ଦୂରେଇ ଯାଇ ଶାସନ ପାଇଁ ଏକ ଲୋକ-କେନ୍ଦ୍ରିକ ଆଭିମୁଖ୍ୟ ଗ୍ରହଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ରାଜ ଭବନକୁ ‘ ଲୋକ ଭବନ ‘ ଭାବରେ ନାମକରଣ କରିବା ଏକ ମାଇଲଖୁଣ୍ଟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login