The Ultimate Managed Hosting Platform
ADVERTISEMENT

ବଡଚଣାରୁ ଲଢିବେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ

Facebook
Twitter
LinkedIn

ଭୁବନେଶ୍ୱର : ଘୋଷଣା ହୋଇଛି ବିଜେଡିର ଆଉ ଏକ ବିଧାନସଭା ପ୍ରାର୍ଥୀ ତାଲିକା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଯାଜପୁର ବଡଚଣା ଆସନରୁ ପ୍ରାର୍ଥୀ କରିଛି ଦଳ । ପୂର୍ବରୁ ଏହି ଆସନରୁ ଦଳର ବରିଷ୍ଠ ନେତା ତଥା ସେଠାରେ ଲଗାତାର ଭାବେ ବିଜୟୀ ହୋଇଆସୁଥିବା ନେତା ଅମର ଶତପଥୀଙ୍କ ଉପରେ ଭରସା କରିନି ଦଳ । ବରଂ ଏହି ଅସନରୁ ବର୍ଷାଙ୍କ ଉପରେ ଆସ୍ଥା ପ୍ରକଟ କରିଛି ଦଳ । ବର୍ଷା ପ୍ରିୟଦର୍ଶିନୀ ୨୦୧୯ରୁ ନିର୍ବାଚନ ଠାରୁ ବିଜେଡିରେ ସାମିଲ ହୋଇଥିଲେ । ସେ ସମୟରେ ଦଳ ପାଇଁ ବେଶ୍ ପ୍ରଚାର ମଧ୍ୟ କରିଥିଲେ । ଏବେ ସେ ଦଳରେ ବିଦ୍ଧିବଦ୍ଧ ଭାବେ ଦଳରେ ମିଶିବା ପରେ ଦଳ ତାଙ୍କୁ ବଡଚଣାରୁ ପ୍ରାର୍ଥୀ କରିଛି । ତେବେ ଏହି ଆସନରୁ ବିଜେପି ଅମର ନାୟକଙ୍କୁ ପ୍ରାର୍ଥୀ କରିଥିବାବେଳେ ଏହି ଆସନରେ ଲଢେଇ ରୋଚକ ହେବ ବୋଲି କୁହାଯାଉଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login