ଝାରସୁଗୁଡା : ଆକାଶରୁ ଖସିଲା ମୃତ୍ୟୁ । ବଜ୍ରାଘାତରେ ଗଲା ଆଉ ୨ ଜୀବନ । ଗତକାଲି ଝାରସୁଗୁଡ଼ା ସହର ଶିରିଆ ବଗିଚା ଅଞ୍ଚଳରେ ବଜ୍ରଘାତରେ ମା’ ଏବଂ ପୁଅର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇଛନ୍ତି ।ମୃତକମାନେ ହେଲେ ପୁନମ ଦେବୀ (୩୫) ଓ ପୁଅ ଶିବରାଜ ଶାହ (୧୨) । ଏହି ଘଟଣାରେ ବାପା ବୀରବଲ ଶାହ(୪୫) ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସୂଚନା ପାଇ ଝାରସୁଗୁଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 38