ନୂଆଦିଲ୍ଲୀ : ସବୁକୁ ପଛରେ ପକାଇ ବକ୍ସ ଅଫିସରେ ରାଜ କରୁଛି ଫିଲ୍ମ ପୁଷ୍ପା-୨ା ଫିଲ୍ମଟି ଖୁବଶୀଘ୍ର ହଜାରେ କୋଟି ଅତିକ୍ରମ କରିବାକୁ ଯାଉଛି । ଡିସେମ୍ବର ୫ ତାରିଖରେ ମୁକ୍ତିଲାଭ କରିଥିବା ଏହି ସିନେମାଟି ୬ ଦିନରେ ବିଶ୍ବବ୍ୟାପୀ ୯୫୦ କୋଟିର ରୋଜଗାର କରିବାରେ ସଫଳ ହୋଇଛି। ପ୍ରଥମ ଦିନରେ ୧୬୪ କୋଟିର ବ୍ୟବସାୟ କରି ବର୍ଷର ରେକର୍ଡ ସୃଷ୍ଟି କରିଥିଲା । ଆଉ ଏବେ ୬ ଦିନରେ ପାଖାପାଖି ହଜାରେ କୋଟିର ବ୍ୟବସାୟ କରିବାରେ ସଫଳ ହୋଇଛି । ୬ ଦିନ ପରେ ବି ପ୍ରାୟ ସବୁ ଥିଏଟର ହାଉସଫୁଲ ରହୁଛି । ଆଗକୁ ଏହା ବାହୁବଳି-୨ର ରେକର୍ଡ ଭାଙ୍ଗିବ ବୋଲି ଆଶା କରାଯାଉଛି । ପୁଷ୍ପା-୨କୁ ନେଇ ଏବେ ବି ଦର୍ଶକଙ୍କ ଭିତରେ କ୍ରେଜ୍ ଲାଗି ରହିଛି ।
Views: 30