ମୁମ୍ବାଇ : ମହାରାଷ୍ଟ୍ର ଫ୍ଲାଏଓଭରରୁ ଖସିଲା ତେଲ ଟ୍ୟାଙ୍କର । ମହାରାଷ୍ଟ୍ରର ମୁମ୍ବାଇ- ଅହମ୍ମଦାବାଦ ଏକ୍ସପ୍ରେସୱେରେ ଏକ ଦୁର୍ଘଟଣା ହୋଇଛି । ବ୍ରିଜରୁ ଟ୍ୟାଙ୍କରଟି ଖସିଯିବାରୁ ତେଲଗୁଡିକ ରାସ୍ତାରେ ଢାଳିଯାଇଥିଲା । ଯାହାଫଳରେ ହଠାତ୍ ଟ୍ୟାଙ୍କରଟିରେ ନିଆଁ ଲାଗିଯାଇଥିଲା । ଫ୍ଲାଏଓଭର ବ୍ରିଜ ତଳେ ଥିବା ଲୋକମାନେ ନିଜ ଜୀବନକୁ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ସେହି ଘଟଣାର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି । ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା କାରଣରୁ କିଛି ସମୟ ପାଇଁ ରାସ୍ତା ଅବରୋଧ ହୋଇଯାଇଥିଲା ।
Views: 21