ବ୍ୟୁରୋ : ରଶ୍ମିକା ମନ୍ଦାନାଙ୍କୁ ହାତ ଧରିବେ ବିଜୟ । ଚର୍ଚ୍ଚାରେ ସାଉଥର ସୁପରହିଟ ଯୋଡି ରଶ୍ମିକା ଓ ବିଜୟ । ନ୍ୟାସନାଲ କ୍ରସ ଥିବା ରଶ୍ମିକା ବିଜୟଙ୍କ ହାତ ଧରିବେ । ଖୁବଶୀଘ୍ର ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ନିର୍ବନ୍ଧ କରିବାକୁ ଯାଉଛନ୍ତି । ଏ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ନେଇ ଅନେକ ଦିନରୁ ଚର୍ଚ୍ଚା ହେଉଥିବା ବେଳେ ଏବେ ଦୁହେଁ ନିର୍ବନ୍ଧ କରିବାକୁ ଯାଉଥିବା ଜଣାପଡିଛି । କୁହାଯାଉଛି ଯେ, ଉଭୟ ଫେବ୍ରୁଆରୀରେ ନିର୍ବନ୍ଧ କରିବେ। ହେଲେ ଏପର୍ୟ୍ୟନ୍ତ ଦୁହେଁ କୌଣସି ସ୍ପଷ୍ଟିକରଣ ଦେଇନାହାନ୍ତି। ତେବେ ଏହି ଖବର ସାମ୍ନାକୁ ଆସିବା ପରେ ଦୁହିଁଙ୍କ ପ୍ରଶଂସକ ଖୁସି ହୋଇଯାଇଛନ୍ତି।
ସାଉଥ ଫିଲ୍ମରୁ ବଲିଉଡ ପର୍ୟ୍ୟନ୍ତ ନିଜର ଅଭିନୟର ଦକ୍ଷତା ଦେଖାଇ ସାରିଥିବା ରଶ୍ମିକା ମନ୍ଦାନା ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏବା ଚର୍ଚ୍ଚାକୁ ଆସିଛନ୍ତି। ଏହି ଯୋଡିଙ୍କର ପ୍ରଥମ ସାକ୍ଷାତ ଫିଲ୍ମ ‘ଗୀତା ଗୋବିନ୍ଦମ୍’ର ସୁଟିଂ ସମୟରେ ହୋଇଥିଲା। କୁହାଯାଏ ଯେ ଏହି ଫିଲ୍ମ ସମୟରେ ଦୁହେଁ ପରସ୍ପରଙ୍କର ନିକଟତର ହୋଇଥିଲେ। ଏହା ପରେ ଉଭୟଙ୍କୁ ‘ଡିୟର କାମରେଡ’ ରେ ଦେଖିବାକୁ ମିଳିଥିଲା। ଗତ ବର୍ଷ ଫିଲ୍ମ ‘ଖୁସି’ ରେ ବିଜୟ ଦେବରକୋଣ୍ଡା ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁ ମୁଖ୍ୟ ଭୂମିକାରେ ଥିଲେ। ବର୍ତ୍ତମାନ ବିଜୟ ଦେବରକୋଣ୍ଡା ଆଗାମୀ ଚଳଚ୍ଚିତ୍ର ‘ଫ୍ୟାମିଲି ଷ୍ଟାର୍’ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେହିପରି ରଶ୍ମିକା ମନ୍ଦାନା ଫିଲ୍ମ ‘ପୁଷ୍ପା ୨’ରେ ନଜର ଆସିବେ।
ଫେବ୍ରୁଆରୀରେ ନିର୍ବନ୍ଧ କରିବେ ବିଜୟ ଓ ମନ୍ଦାନା !

Facebook
Twitter
LinkedIn
Facebook
Twitter
LinkedIn
Recent News
ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...
ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ
ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...
ପେଟ ସମ୍ବନ୍ଧୀୟ ସମସ୍ୟାକୁ ଦୂର କରେ ଧନିଆ
ବ୍ୟୁରୋ : ଧନିଆ ପତ୍ରରେ ବହୁତ ପରିମାଣରେ ଭିଟାମିନ୍ ‘ଏ’ ଏବଂ ‘ସି’, ଡାଇଟାରୀ ଫାଇବର, ମାଗ୍ନେସିୟମ୍ ଏବଂ ଆଇରନରେ ଭରପୂର । ଏଥିରେ କିଛି ପରିମାଣରେ...
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...