ସୁବର୍ଣ୍ଣପୁର : ଫାଇଲେରିଆ ଔଷଧ ଖାଇ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ବୁର୍ଲାରେ ଚିକିତ୍ସାଧୀନ ବୀରମହାରାଜପୁର ବିକଲପାଲି ଗାଁ ଯୁବକଙ୍କ ଚାଲିଗଲା ଜୀବନ । ଅଙ୍ଗନବାଡି ଓ ଆଶା ଦିଦି ବାଣ୍ଟିଥିବା ଔଷଧ ଖାଇ ଅସୁସ୍ଥ ହୋଇ ପଡିଥିଲେ । ମେଡିସିନ ନ ଖାଇଲେ ଆଧାର, ସୁଭଦ୍ରା , ରାସନ କାର୍ଡ କଟିବା ଧମକ ଅଭିଯୋଗ । ଏପରି ଗୁରୁତର ଅଭିଯୋଗ ଆଣିଲେ ମୃତକଙ୍କ ଭାଇ । ପ୍ରଥମେ ସୁବର୍ଣ୍ଣପୁର ଓ ପରେ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା । ଆଜି ମୃତ୍ୟୁ ପରେ କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତା ଅବରୋଧ । କାନପୁର ଛକରେ ରାସ୍ତାରେ ଅବରୋଧ କଲେ ପରିବାର ଓ ଗ୍ରାମବାସୀ । ସ୍ଥାନୀୟ ତହସିଲଦାର ଓ ପୋଲିସ ପହଁଚି ବୁଝାସୁଝା କରୁଛନ୍ତି ।
Views: 111











