The Ultimate Managed Hosting Platform
ADVERTISEMENT

ଫରେଷ୍ଟରଙ୍କ ଅଧାପୋଡା ମୃତଦେହ ଉଦ୍ଧାର

Facebook
Twitter
LinkedIn

ନୟାଗଡ : ଘର ଭିତରେ ଫରେଷ୍ଟରଙ୍କ ଅଧାପୋଡା ମୃତଦେହ ଉଦ୍ଧାର । ପଞ୍ଚରିଡା ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହ ଉଦ୍ଧାର ହୋଇଛି । ବାରମାସୀ ଦଣ୍ଡା ସ୍ଥିତ ଘରୁ ଅଧାପୋଡା ଅବସ୍ଥାରେ ମୃତଦେହ ଉଦ୍ଧାର । ମୃତଦେହକୁ ଟାଉନ ଥାନା ପୋଲିସ ଉଦ୍ଧାର କରିଛି । ତେବେ ଶିଶିର ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଛନ୍ତି ନା ତାଙ୍କୁ କେହି ହତ୍ୟା କରିବା ପରେ ପୋଡ଼ିଥିବା ସନ୍ଦେହ ଘେରରେ ରହିଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ଶିଶିର, ପତ୍ନୀ ନମିତା ଓ ପୁଅ ଘରେ ଥିବା ବେଳେ ହଠାତ୍ ଘରୁ ନିଆଁ ବାହାରିଥିଲା । ଶିଶିରଙ୍କ ସ୍ତ୍ରୀ ଘରୁ ବାହାରି ଚିତ୍କାର କରି ଘରେ ନିଆଁ ଲାଗିଯାଇଥିବା କହିଥିଲେ । ଉଦ୍ଧାର କରିବା ପାଇଁ ଯାଇ ଶିଶିରଙ୍କ ସ୍ତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ପୁଅର କୌଣସି କ୍ଷତି ହୋଇ ନାହିଁ । ନିଆଁ ଲାଗି ଘରେ ଥିବା ସ୍କୁଟି ସହ ଅନେକ ଆସବାବପତ୍ର ପୋଡ଼ି ଯାଇଛି। ଖବର ପାଇ ନୟାଗଡ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲା। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାରୁ ଶିଶିରଙ୍କ ମୃତ୍ୟୁ ନେଇ ନାନା ସନ୍ଦେହ ସୃଷ୍ଟି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login