ଭୁବନେଶ୍ୱର : ବିଜେଡି ନେତା ପ୍ରୀତିରଞ୍ଜନ ଘଡେଇଙ୍କୁ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ଟାର୍ଗେଟ । ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ କରୁଛନ୍ତି କହିଲେ ପ୍ରଦୀପ । ଦେଶରେ ସମ୍ବିଧାନ ଅଛି ବୋଲି ତାଙ୍କର ଧାରଣା ନାହିଁ । ବହୁ ବର୍ଷ କ୍ଷମତାରେ ରହିଲେ , ତେଣୁ ଆଇନ କାନୁନକୁ ତାଙ୍କର ଖାତିର ନାହିଁ । ଏସପି ଓ ଅତିରିକ୍ତ ଏସପିଙ୍କ ଅଫିସରେ ଧମକାଇବା ଭାଇରାଲ ହୋଇଛି । ଆଲୋଚନାରେ ସବୁ ସମାଧାନ ହୁଏ, କିନ୍ତୁ ସେ ଲୋକଙ୍କୁ ଉତ୍ତେଜିତ କରୁଛନ୍ତି । ଯଦି ଲୋକେ ନିଆଁ ଲଗାଇ ଦେଇଥାନ୍ତେ କେତେ କ୍ଷତି ହୋଇ ନ ଥାନ୍ତା ପଚାରିଲେ । ଏହା ପୂର୍ବରୁ ମଧ୍ୟ ଏମିତି ଏକ ଭିଡ଼ିଓ ଭାଇରାଲ ହୋଇଥିଲା ଆଡ଼ିସିନାଲ ଏସ୍ପି ଓ ଏସ୍ପି ଙ୍କ ଅଫିସରେ ପଶି ଆଇନକୁ ହାତକୁ ନେବାକୁ ଧମକ ଦେଇଥିଲେ। ସମବାୟ ମନ୍ତ୍ରୀ ଆହୁରି କହିଛନ୍ତି, ଆଲୋଚନା ମାଧ୍ୟମରେ ସବୁ କଥାର ସମାଧାନ ହୁଏ, କିନ୍ତୁ ସେ ତାହା ନ କରି ଲୋକଙ୍କୁ ଉତ୍ତେଜିତ କରାଇ ହିଂସାକାଣ୍ଡ ଭିଆଇବାକୁ ବାଧ୍ୟ କରୁଛନ୍ତି। ଯଦି ଲୋକେ ନିଆଁ ଲଗେଇ ଦେଇଥାନ୍ତେ, କେତେ ଲୋକଙ୍କର ଧନଜୀବନ କ୍ଷତି ହୋଇଥାନ୍ତା ସେ କହି ପାରିବେ କି।
ପ୍ରୀତି ଘଡେଇ ଉସକାଉଛନ୍ତି, ଲୋକଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉତ୍ତେଜିତ କରୁଛନ୍ତି : ବଳସାମନ୍ତ

Facebook
Twitter
LinkedIn
Facebook
Twitter
LinkedIn
Recent News
ବନ୍ୟା ପାଣିରେ ଭାସିଗଲେ ଦୁଇ ବ୍ୟକ୍ତି
ପଟ୍ଟାମୁଣ୍ଡାଇ : ବନ୍ୟା ପାଣିରେ ଭାସିଗଲେ ଦୁଇ ଜଣ ବ୍ୟକ୍ତି । ଜଣେ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।...
ଡବଲ୍ ମର୍ଡର : ମାଟି ତଳୁ ଶବ ଉଦ୍ଧାର !
ବାରିପଦା : କୁଳିଅଣା ଥାନା ନୂଆଗାଁରେ ଡବଲ ମର୍ଡର । ମାଟି ତଳୁ ସ୍ତ୍ରୀ ଓ ଶାଶୁଙ୍କ ମୃତଦେହ ଉଦ୍ଧାର । ଗତ ୧୫ ତାରିଖରୁ ନିଖୋଜ...
ମନ୍ତ୍ରୀଙ୍କୁ ଠକେଇ , ଜଣେ ଗିରଫ
ଭୁବନେଶ୍ୱର : ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଠକିଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ହୋଇଥିବା ବ୍ୟକ୍ତି ହେଉଛନ୍ତି ବଣସିଂ...
ବାଘ ଶୂନ୍ୟ ସାତକୋଶିଆ : ପିସିସିଏଫ
ଭୁବନେଶ୍ୱର : ବାଘ ଶୂନ୍ୟ ହୋଇଯାଇଛି ସାତକୋଶିଆ କହିଲେ ପିସିସିଏଫ ପ୍ରେମ ଝା । ସାତ କୋଶିଆକୁ ବର୍ତ୍ତମାନ କୈାଣସି ବାଘ ଆଣିବାକୁ ଯୋଜନା ନାହିଁ ।...