ବାଲେଶ୍ୱର : ବାଲେଶ୍ୱର ଇସାଣୀ ଗାଁରେ ଏନଆଇଏ ଟିମ୍ । ମୃତ ପ୍ରଶାନ୍ତ ଶତପଥୀଙ୍କ ଘରେ ପହଁଚିଲେ । ଇଶାଣୀ ଗ୍ରାମର ପ୍ରଶାନ୍ତ କୁମାର ଶତପଥୀ ଜାମ୍ମୁ-କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିଲେ। ପ୍ରଶାନ୍ତଙ୍କ ପତ୍ନୀ ଓ ପୁଅଙ୍କୁ ପଚରାଉଚରା କରୁଛନ୍ତି ଏନଆଇଏ ଟିମ୍ । ସୂଚନା ଅନୁସାରେ ୨୨ ତାରିଖରେ ନିଜ ପତ୍ନୀ, ପୁଅଙ୍କ ସହିତ ପ୍ରଶାନ୍ତ ପହଲଗାଓଁରେ ଛୁଟି କାଟୁଥିବା ସମୟରେ ଆତଙ୍କବାଦୀମାନେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଏନଆଇଏ ଟିମ ଇଶାଣୀରେ ପହଞ୍ଚିଛି । ଟିମ୍ ପ୍ରଶାନ୍ତଙ୍କ ପତ୍ନୀଙ୍କୁ ପଚରାଉଚରା କରିବ । ଘଟଣା ସମୟରେ କିପରି ଦୃଶ୍ୟପଟ ଥିଲା ତାହାର ଯାଞ୍ଚ କରିବେ ଅଧିକାରୀମାନେ ।
Views: 26