ଭୁବନେଶ୍ୱର : ଥାନାର ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ପ୍ରଯୋଜକ ସଞ୍ଜୟ ନାୟକଙ୍କ ନାଁରେ ଦେଲେ ଏତଲା । ମୁମ୍ବାଇର ଦାଦାଭାଇ ନାରୋଜି ନଗର ଥାନାରେ ଗତକାଲି ଏତଲା ପରେ ମାମଲା ରୁଜୁ ହୋଇଛି । ପ୍ରକୃତିଙ୍କ ଅଭିଯୋଗ ଆଧାରରେ ମାମଲା କରିଛି ମୁମ୍ବାଇର ଦାଦାଭାଇ ନାରୋଜି ନଗର ଥାନା । ଆଇପିସିର ଧାରା ୫୦୦ରେ ସମ୍ମାନହାନୀ, ୫୦୪ ଜାଣିଶୁଣି ସମ୍ମାନହାନୀ ପାଇଁ ଉସୁକାଇକା ଓ ୫୦୬ ଧାରାରେ ରୁଜୁ ହୋଇଛି ମାମଲା । ନିକଟରେ ସଞ୍ଜୟ ନାୟକଙ୍କ ବିରୋଧରେ କାଷ୍ଟିଂ କାଉଚ୍ ନେଇ ସାଂଘାତିକ ଅଭିଯୋଗ କରିଥିଲେ ପ୍ରକୃତି ମିଶ୍ର । ଏହାପରେ ପ୍ରକୃତିଙ୍କୁ କଡ଼ା ଜବାବ ଦେଇଥିଲେ ସଞ୍ଜୟ ନାୟକ । ଆରୋପ ପ୍ରତ୍ୟାରୋପ ଭିତରେ ଥାନାରେ ପହଞ୍ଚିଛି ବିବାଦ । ଆଗକୁ ସଞ୍ଜୟ ଓ ପ୍ରକୃତି ବିବାଦ କି ମୋଡ଼ ନେଉଛି ତାଉପରେ ନଜର ।
Views: 75