ଭୁବନେଶ୍ୱର : ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବାକୁ ଯାଉଛି। ଏହାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହେଲାଣି । ପ୍ରବାସୀ ଭାରତୀୟ ଦିବସ ପାଳନ ନେଇ ସରକାରଙ୍କ ପ୍ରସ୍ତୁତି ଚାଲିଛି । ୧ ତାରିଖ, ୨ ଓ ୩ ତାରିଖରେ ଚୂଡାନ୍ତ ପର୍ୟ୍ୟାୟ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ପ୍ରବାସୀ ଭାରତୀୟମାନେ ପୁରୀ ଭୁବନେଶ୍ୱର ସମେତ ତିରିଶରୁ ଅଧିକ ପର୍ୟ୍ୟଟନ କ୍ଷେତ୍ର ବୁଲିବେ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଓଡିଶାର ବିକାଶ ସଂଗେ ସେମାନଙ୍କୁ ଯୋଡିବାକୁ ଯାହା ପ୍ରକ୍ରିୟା, ଓଡିଶା ସରକାର ସମସ୍ତ ପ୍ରସ୍ତୁତି ସାରିଛନ୍ତି। ଜାନୁଆରୀ୧, ୨ ତାରିଖ ଓ ୩ତାରିଖରେ ଚୂଡାନ୍ତ ପର୍ୟ୍ୟାୟର ସମୀକ୍ଷା ହେବ । ପ୍ରବାସୀ ଭାରତୀୟମାନେ ଓଡିଶାକୁ ଥରେ ଆସିଲେ, ଓଡିଶାର ଆକର୍ଷଣ ତାଙ୍କ ହୃଦୟକୁ ସବୁବେଳେ ବାନ୍ଧି ରଖିବ, ସେଭଳି ଏକ ପ୍ରସ୍ତୁତିର ଲକ୍ଷ ନେଇ ସରକାର ପ୍ରସ୍ତୁତି ଚଳାଇଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
Views: 33