ଭୁବନେଶ୍ୱର : ଅସହ୍ୟ ତାତିକୁ ଅସ୍ତବ୍ୟସ୍ତ ଜନଜୀବନ । ଦିନ ବଢିଲେ ତାତି ବଢୁଛି । ଘରୁ ବାହାରକୁ ବାହାରିବା ପାଇଁ ଡର ବି ଲାଗୁଛି । ଲଗାତାର ୩ ଦିନ ଧରି ଆକାଶରୁ ଖସୁଛି ଅଗ୍ନି । ସକାଳ ୮ଟାରୁ ଖରା ଆସି ମୁଣ୍ଡ ଉପରେ ପଡୁଛି । ବାହାରକୁ କୈାଣସି କାର୍ଯ୍ୟରେ ଯିବା ମୁସ୍କିଲ ହୋଇପଡୁଛି ।
ଆଜି ଦିନରେ ସବୁ ରେକର୍ଡ ଭଙ୍ଗିଛି ତାତି । ୩୦ ସହରରେ ଦିନର ତାପମାତ୍ରା ୪୦ପ୍ସଉ କିମ୍ବା ଅଧିକ ରେକର୍ଡ ହୋଇଛି । ୪୩.୨ପ୍ସଉ ସହ ତାଳଚେର ରାଜ୍ୟର ଉତ୍ତପ୍ତ ସବୁଠୁ ଉତପ୍ତ ସହର ପାଲଟିଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ୪୧ପ୍ସଉ ଅତିକ୍ରମ କଲା ଟ୍ୱିନ ସିଟି । କେବଳ ସେତିକି ନୁହେଁ ଭୁବନେଶ୍ୱର ରେ ୪୧.୭ପ୍ସଉ ଏବଂ କଟକ ରେ ୪୧.୫ପ୍ସଉ ରେକର୍ଡ ହୋଇଛି । ଦିନ ତମାନ ଯଦି ଦେଖିବା ତାହେଲେ ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା ।
୫ ଦିନ ପର୍ୟ୍ୟନ୍ତ ଅସମ୍ଭାଳ ହେବ ତାତି । ଦିନ ୧୧ ରୁ ୩ଟା ଯାଏଁ ଘରୁ ବାହାରିବା ମନା। ୧୮ ରୁ ୨୦ ଯାଏଁ ପିକରେ ରହିବ ଗ୍ରୀଷ୍ମ ପ୍ରବାହ । ଏନେଇ ସ୍କୁଲ ଛୁଟି ଘୋଷଣା କଲେ ରାଜ୍ୟ ସରକାର ।
Views: 55