ଭୁବନେଶ୍ୱର : ନିଲମ୍ବନ ନେଇ ବିଜେଡି ଉପସଭାପତି ଦେବୀ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି । କହିଲେ ଦଳ ଆମ ପାଇଁ ବଡ, ବ୍ୟକ୍ତି ନୁହେଁ । ଦଳରେ ନାହାନ୍ତି ବୋଲି କହୁଥିଲେ ପ୍ରଫୁଲ୍ଲ କୁମାର ମଲ୍ଲିକ । ଟେଲିଫୋନରେ ଇସ୍ତଫା ନେଇ ପ୍ରଦୀପ ଅମାତଙ୍କୁ ଜଣାଇଥିଲେ ।
ଅନ୍ୟପଟେ ବିଜେଡିରୁ ନିଲମ୍ବନ ପରେ ପ୍ରଫୁଲ୍ଲ କୁମାରଙ୍କ ପ୍ରତିକ୍ରିୟା ରଖିଛନ୍ତି । ମୁଁ ଇସ୍ତଫା ଦେବା ପରେ ମୋତେ ସସପେଣ୍ଡ କରାଯାଇଛି ବୋଲି କହିଛନ୍ତି । ମୁଁ ନିଜର ବ୍ୟକ୍ତିଗତ କାରଣରୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଉପସଭାପତି ଦେବୀ ମିଶ୍ରଙ୍କୁ ନିଜର ଇସ୍ତଫା ପତ୍ର ପଠାଇଥିଲି। ଏହି ଇସ୍ତଫା ପତ୍ର ପାଇବା ପରେ ନିଲମ୍ବନ କରାଯାଇଥିବା କହୁଛନ୍ତି। ସୂଚନାଯୋଗ୍ୟ, ପୂର୍ବତନ ମନ୍ତ୍ରୀ ତଥା କାମାକ୍ଷାନଗରର ପ୍ରାକ୍ତନ ବିଧାୟକ ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦଳ ବିରୋଧୀ କାର୍ୟ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ବିଜେଡି ସଭାପତିଙ୍କ ନିର୍ଦ୍ଦେଶରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ଉପସଭାପତି ପ୍ରତାପ ଜେନାଙ୍କ ଏକ ଚିଠି ଜରିଆରେ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।
ପ୍ରଫୁଲ୍ଲ ମଲ୍ଲିକଙ୍କୁ ନିଲମ୍ବନ ପରେ ପ୍ରତିକ୍ରିୟା ରଖିଲେ ଦେବୀ ମିଶ୍ର ; କହିଲେ ଦଳ ଆମ ପାଇଁ ବଡ, ବ୍ୟକ୍ତି ନୁହେଁ

Facebook
Twitter
LinkedIn
Facebook
Twitter
LinkedIn
Recent News
ଭିଜିଲାନ୍ସ ଜାଲରେ ୨ କିରାଣି
ଜଳେଶ୍ୱର : ଭିଜିଲାନ୍ସ ଜାଲରେ କିରାଣି । ଭିଜିଲାନ୍ସ ଜାଲରେ ଜଳେଶ୍ୱର ମ୍ୟୁନିସପାଲିଟିର ୨ କିରାଣି । କିରାଣି ବ୍ରଜଗୋପାଳ ଘୋଷ , ଜୁନିଅର କିରାଣି ରତିକାନ୍ତ...
କାବୁଲରେ ଖୋଲିବ ଭାରତୀୟ ଦୂତାବାସ
ନୂଆଦିଲ୍ଲୀ : ପୁଣି ଥରେ କାବୁଲରେ ଖୋଲିବ ଭାରତୀୟ ଦୂତାବାସ । ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ଘୋଷଣା । ତାଲିବାନ ଅର୍ଥ ମନ୍ତ୍ରୀଙ୍କ ସହ ଆଲୋଚନା...
ମହାକାଳପଡା ତହସିଲଦାର ଗିରଫ
ମହାକାଳପଡା : ମହାକାଳପଡା ତହସିଲଦାର ଶିବ ମଲ୍ଲିକ ଗିରଫ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ତହସିଲଦାରଙ୍କ ଆୟ ଠାରୁ...
କ୍ରାଇମବ୍ରାଞ୍ଚରେ ‘ବଣିକ’ ଅଧିକାରୀ
କଟକ : ଏସଆଇ ନିଯୁକ୍ତିରେ କେଳେଙ୍କାରୀ । ଗତକାଲି ‘ବଣିକ’ ଉପରେ ଚଢାଉ କରିଥିଲା କ୍ରାଇମବ୍ରାଞ୍ଚ । କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ‘ବଣିକ’ ର ୩ ଅଧିକାରୀ...