The Ultimate Managed Hosting Platform
ADVERTISEMENT

ପ୍ରଥମ ଥର ୟୁକ୍ରେନ ଯିବେ ମୋଦି

Facebook
Twitter
LinkedIn

ନୂଆଦିଲ୍ଲୀ: ପ୍ରଥମ ଥର ୟୁକ୍ରେନ ଯିବେ ମୋଦି । ଅଗଷ୍ଟ ମାସରେ ୟୁକ୍ରେନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରିବାର କାର୍ୟ୍ୟକ୍ରମ ରହିଛି। ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ୟୁକ୍ରେନ ଗସ୍ତ ହେବ। ଦିଲ୍ଲୀରେ ୟୁକ୍ରେନ ଦୂତାବାସର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ମାସରେ ୟୁକ୍ରେନର ରାଜଧାନୀ କିଭ ଗସ୍ତ କରିବେ। ସେଠାରେ ସେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ୟୁକ୍ରେନର ସ୍ୱାଧୀନତା ଦିବସରେ ହେବ। ୨୪ ଅଗଷ୍ଟରେ ୟୁକ୍ରେନରେ ସ୍ୱାଧୀନତା ଦିବସ ପାଳନ କରାଯାଏ । ଫେବୃଆରୀ ୨୦୨୨ ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login