ଭୁବନେଶ୍ୱର : ଧର୍ମଶାଳା ପୂର୍ବତନ ବିଧାୟକଙ୍କ ଗାଡି ଉପରେ ଆକ୍ରମଣ ଅଭିଯୋଗ । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ । ଆରୁହା ଗ୍ରାମରେ ହିଙ୍ଗୁଳା ଯଜ୍ଞକୁ ଯିବା ବେଳେ ବିରୋଧ ପ୍ରଦର୍ଶନ । ଜେନାପୁର ପୋଲିସ ଘଟଣାସ୍ଥଳରେ ପହଁଚି ସ୍ଥିତି ନିୟନ୍ତ୍ରଣ କଲେ । ବିରୋଧ ପ୍ରଦର୍ଶନ, ଆକ୍ରମଣ ଉଦ୍ୟମର କାରଣ ସ୍ପଷ୍ଟ ହୋଇପାରିନି । ଗାଁ ଭିତରକୁ ଯିବାବେଳକୁ ୫୦ରୁ ୬୦ ଜଣ ଯୁବକ ଠେଙ୍ଗାବାଡି ଧରି ପ୍ରଣବଙ୍କ ଗାଡିକୁ ଅଟକାଇଥିଲେ । ଯଜ୍ଞସ୍ଥଳକୁ ଯିବାକୁ ଦେଇନଥିଲେ । ପ୍ରଣବଙ୍କ ସହ ଆସିଥିବା ସମର୍ଥକମାନେ ଯୁବକଙ୍କ ସହ ଯୁକ୍ତିତର୍କ କରିବାରୁ ପରିସ୍ଥିତି ଗୁରୁତର ହୋଇଥିଲା । ଏନେଇ ପ୍ରଣବଙ୍କୁ ଯୋଗଯୋଗ କରିଥିଲେ ବି ପ୍ରଥମେ ସେ କିଛି କହିବାକୁ ମନା କରିଥିଲେ ହେଲେ ସେଠିକାର ପଥର ଖଣି ମାଫିଆ ଚକ୍ରାନ୍ତ କରି ଏଭଳି ଘଟଣା ଘଟାଇଥାଇପାରନ୍ତି ବୋଲି ପରେ କହିଥିଲେ ପ୍ରଣବ ।
Views: 27