ବେଙ୍ଗାଲୁର : ଜେଡି(ଏସ) ନେତା ପୂର୍ବତନ ସାଂସଦ ପ୍ରଜଲ ରେଭନାଙ୍କୁ ଆଜୀବନ । ବେଙ୍ଗାଲୁରୁ ସ୍ପେଶାଲ କୋର୍ଟ ଆଜୀବନ କାରାଦଣ୍ଡା ଦେଶ ଦେଲେ । କୋର୍ଟ ଅଗଷ୍ଟ ୧ ତାରିଖରେ ରେବନ୍ନାକୁ ଦୋଷୀ ସାବ୍ୟସ୍ତ କରିଥିଲେ । କୋର୍ଟର ରାୟ ଶୁଣି ରେବନ୍ନାଙ୍କ ମନରେ ଭାବପ୍ରବଣତା ପ୍ରକାଶ ପାଇଲା ଏବଂ ସେ କୋର୍ଟରେ କାନ୍ଦିବାକୁ ଲାଗିଲେ । ବେଙ୍ଗାଲୁରୁରେ ନିର୍ବାଚିତ ଜନପ୍ରତିନିଧିଙ୍କ ସହ ଜଡ଼ିତ ମାମଲାର ଶୁଣାଣି ପାଇଁ ଗଠିତ ସ୍ୱତନ୍ତ୍ର କୋର୍ଟ ଏହି ରାୟ ଦେଇଛନ୍ତି । କୋର୍ଟ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬(୨)(କେ) ଏବଂ ୩୭୬(୨)(ଏନ) ଅନୁଯାୟୀ ଏହି ଦଣ୍ଡ ଦେଇଛନ୍ତି । ଏହା ସହିତ, କୋର୍ଟ ଅଭିଯୁକ୍ତଙ୍କୁ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ଏବଂ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦଣ୍ଡ ଆଜିଠାରୁ କାର୍ୟ୍ୟକାରୀ ହୋଇଛି ।ପ୍ରଜ୍ୱଳ ରେବାନାଙ୍କ ବିରୋଧରେ ରୁଜୁ ହୋଇଥିବା ଦୁଷ୍କର୍ମ ମାମଲାରେ ଶାଢ଼ିକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଭାବରେ କୋର୍ଟରେ ଉପସ୍ଥାପିତ କରାଯାଇଥିଲା । ପୂର୍ବତନ ସାଂସଦ ଘରୋଇ ସହାୟକଙ୍କୁ ଥରେ ନୁହେଁ ବରଂ ଦୁଇଥର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡ଼ିତା ଘଟଣାର ଭିଡିଓ ମଧ୍ୟ ରେକର୍ଡ କରିଥିଲେ ଏବଂ ତାଙ୍କ ପାଖରେ ଶାଢ଼ି ମଧ୍ୟ ଥିଲା, ଯାହାକୁ ସେ ପ୍ରମାଣ ଭାବରେ ରଖିଥିଲେ । ତଦନ୍ତ ସମୟରେ, ଶାଢ଼ିରେ ସିମେନ୍ ଚିହ୍ନ ମିଳିଥିଲା, ଯାହା ମାମଲାକୁ ଆହୁରି ମଜବୁତ କରିଥିଲା । ଏହି ଶାଢ଼ିକୁ କୋର୍ଟରେ ଏକ ନିର୍ଣ୍ଣାୟକ ପ୍ରମାଣ ଭାବରେ ଉପସ୍ଥାପିତ କରାଯାଇଥିଲା ।
ପ୍ରଜଲ ରେଭନାଙ୍କୁ ଆଜୀବନ

Facebook
Twitter
LinkedIn
Facebook
Twitter
LinkedIn
Recent News
ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ
ଭୁବନେଶ୍ୱର : ପିଏମ ପୋଷଣ ସ୍କିମରେ ସ୍କୁଲ ପିଲା ଅଣ୍ଡା ଖାଉ ନ ଥିଲେ ଦିଆଯିବ ଫଳ । ଯେଉଁଦିନ ଅଣ୍ଡା ଦିଆଯାଉଥିଲା , ସେହିଦିନ ଫଳ...
ମଧୁମେହ ରୋଗୀଙ୍କ ପାଇଁ ଲାଭଦାୟକ ଏହି ଡାଲି
ବ୍ୟୁରୋ : ମୁଗ ଡ଼ାଲି ପ୍ରତ୍ୟେକଙ୍କ ରୋଷେଇ ଘରେ ମିଳିଥାଏ । ଏହା କେବଳ ଖାଇବା ପାଇଁ ସ୍ୱାଦିଷ୍ଟ ନୁହେଁ ବରଂ ଏହା ସ୍ୱାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ...
ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା
ଭୁବନେଶ୍ୱର : ହୋଟେଲରେ ମହିଳା କର୍ମଚାରୀଙ୍କ ହଙ୍ଗାମା । ମାରପିଟ୍ କଲେ, ଯାହା ପାରିଲେ ଭାଙ୍ଗିଲେ । ଫୁଲ କୁଣ୍ଡଠାରୁ ଆରମ୍ଭ କରି କଂପ୍ୟୁଟର, କବାଟ ଆଦି...
ବାଥରୁମରେ ପଡି ଝାଡଖଣ୍ଡ ଶିକ୍ଷାମନ୍ତ୍ରୀ ଆହତ
ଝାଡଖଣ୍ଡ : ଝାଡ଼ଖଣ୍ଡ ସରକାରଙ୍କ ଶିକ୍ଷାମନ୍ତ୍ରୀ ରାମଦାସ ସୋରେନ ଗୁରୁତର ଆହତ । ଗତକାଲି ରାତିରେ ବାସଭବନରେ ମନ୍ତ୍ରୀ ବାଥରୁମରେ ପଡିଯାଇଥିଲେ । ଫଳରେ ତାଙ୍କ ମୁଣ୍ଡରେ...