ଭୁବନେଶ୍ୱର: ପ୍ରକାଶ ପାଇଲା ୨୦୨୩ ସିଭିଲ ସର୍ଭିସ ପରୀକ୍ଷା ଫଳାଫଳ। ୧୦୧୬ ଜଣ ପ୍ରାର୍ଥୀ ପରୀକ୍ଷାରେ ଉତ୍ତୀର୍ଣ୍ଣ। ୟୁପିଏସସିରେ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଓଡ଼ିଶାର ଅନିମେଶ ପ୍ରଧାନ। ଏହାବ୍ୟତୀତ ତୃତୀୟ ସ୍ଥାନରେ ରହିଛନ୍ତି ଡୋନୁରୁ ଅନନ୍ୟା ରେଡ୍ଡୀ।
ସାଧାରଣ ବର୍ଗରେ ୩୪୭, ଆର୍ଥିକ ପଛୁଆ ବର୍ଗରେ ୧୧୫, ପଛୁଆ ବର୍ଗରେ ୩୦୩, ଅନୁସୂଚିତ ଜାତି ବର୍ଗରେ ୧୬୫, ଅନୁସୂଚିତ ଜନଜାତି ବର୍ଗରେ ୮୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଓଡିଶାର ଅନ୍ୟ ମାନଙ୍କ ମଧ୍ୟରେ ରହିଛନ୍ତି- ୩୬ତମ ରାଙ୍କରେ ଆୟୂଷୀ ପ୍ରଧାନ, ୫୨ତମ ରାଙ୍କରେ ଜୟଶ୍ରୀ ପ୍ରଧାନ, ୬୦ତମ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ତମ ରାଙ୍କରେ ଅମୃତାଂଶ ନାୟକ, ୧୪୯ ତମ ରାଙ୍କରେ କୃତୀ ତ୍ରିପାଠୀ, ୧୫୮ତମ ରାଙ୍କରେ ନୀତେଶ ମିଶ୍ର, ୨୦୪ ତମ ରାଙ୍କରେ ଶୁଭ୍ରା ପଣ୍ଡା, ୨୫୯ ତମ ରାଙ୍କରେ କୁମୁଦ ମିଶ୍ର, ୨୬୯ତମ ରାଙ୍କରେ ତାନିଆ ମିଶ୍ର, ୪୬୬ତମ ରାଙ୍କରେ ସୌରଭ ଦାସ।
Views: 81











