ଭୁବନେଶ୍ୱର : ସିପିଏସଇ-୨୦୨୪ର ପୋଲିସ ଏସଆଇ ରାଙ୍କର ୩ୟ ପେପର ପରୀକ୍ଷା ଘୁଞ୍ଚିଲା । ସିପିଏସଆଇ-କମ୍ବାଇଣ୍ଡ ପୋଲିସ ସର୍ଭିସ ଏକଜାମିନେସନ । ଅକ୍ଟୋବର ୪ର ତୃତୀୟ ପେପର ପରୀକ୍ଷା ଅକ୍ଟୋବର ୬କୁ ଘୁଞ୍ଚିଲା । ତୃତୀୟ ପେପର, ଫିଜିକ୍ସ, କେମେଷ୍ଟ୍ରି ପରୀକ୍ଷା ଅକ୍ଟୋବର ୬ରେ ହେବ । ଅକ୍ଟୋବର ୬ ତାରିଖ ଦିନ ୧୦ଟାରୁ ଅପରାହ୍ନ ୧ ଟା ଭିତରେ ହେବ । ପୂଜା ଭସାଣି ଦୃଷ୍ଟିରୁ ପରୀକ୍ଷା ସୂଚୀ ପରିବର୍ତ୍ତନ ନେଇ ଓପିଆରବିର ସୂଚନା । ମାତ୍ର ଅକ୍ଟୋବର ୫ର ଦୁଇଟି ପେପର ପରୀକ୍ଷା ପୂର୍ବ ସୂଚୀରେ ହେବ ।
Views: 40