The Ultimate Managed Hosting Platform
ADVERTISEMENT

ପୋଡି ଦେଲେ ପେଟିପେଟି ଔଷଧ

Facebook
Twitter
LinkedIn

ସୋର : ବାହାନଗା ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଡି ଦେଲେ ପେଟି ପେଟି ଔଷଧ । ଅଳିଆ ପକାଇବା ପାଇଁ ଉଦ୍ଦିଷ୍ଟ ସ୍ଥାନରେ ପୋଡିଦେଲେ ପୁଳାପୁଳା ଔଷଧ । ସରକାରୀ ଔଷଧ ରୋଗୀଙ୍କ ନିକଟରେ ପହଁଚୁନଥିବା ଅଭିଯୋଗ । ଔଷଧ ପୋଡାଯିବା ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ । ଔଷଧର ଅବଧି ୭ମାସରୁ ଅଧିକ ସମୟ ଥିବାବେଳେ ରୋଗୀଙ୍କୁ ଦିଆନଯାଇ ପୋଡି ଦିଆଯାଇଛି । ଗୋଟିଏ କି ଦୁଇଟି ନୁହେଁ, ଅନେକ ମେଡିସିନକୁ ନଷ୍ଟ କରାଯାଇଛି । ବିଭିନ୍ନ ରୋଗ ପାଇଁ ସରକାରଙ୍କ ନିରାମୟ ଯୋଜନାରେ ଆସିଥିବା ଔଷଧ, ସିରପ୍, ଅଏଣ୍ଟମେଣ୍ଟ, ଇଞ୍ଜେକ୍ସନ ଆଦି ନଷ୍ଟ କରାଯାଇଛି । ଏହାସହ ଅଳିଆ ପକାଇବା ପାଇଁ ଥିବା କଂକ୍ରିଟ ଚ୍ୟାମ୍ବରରେ ବିଭିନ୍ନ କିଟ୍ ପ୍ୟାକେଟ ମଧ୍ୟ ପଡିଛି । ବିପୁଳ ପରିମାଣର ଔଷଧ ଫିଙ୍ଗାଯାଇଥିବା ଦେଖି ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login