ପୁରୀ : ପୁରୀ ଅଘଟଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛି କହିଲେ ଆଇନମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଖୁବଶୀଘ୍ର ପଦକ୍ଷେପ ନେବେ । ଆକ୍ସନ ଓ ତଦନ୍ତ ନେଇ ନିଷ୍ପତ୍ତି ଖୁବଶୀଘ୍ର । ଆଇନମନ୍ତ୍ରୀ କହିଛନ୍ତି ଯେ, ପୁରୀ ଘଟଣା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି । ଘଟଣାର ପୁରା ତଦନ୍ତ ହେବ । କେଉଁ ଭଳି ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା, ତାର ଛାନ୍ଭିନ୍ ହେବ । ଏହାସହିତ ରବିବାର ଦିନ ନିଜେ ପୁରୀ ଗସ୍ତରେ ଯିବ ବୋଲି କହିଛନ୍ତି ।
ସୂଚନା ଅନୁସାରେ ଆଜି ଭୋର ୪ ଟା ୫୦ରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପୁରୀ ହସ୍ପିଟାଲ ଅଧୀକ୍ଷକ ଡାକ୍ତର ପବିତ୍ର ମୋହନ ମଲ୍ଲିକ।
Views: 10