ମୁମ୍ବାଇ : ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ଜୀବିତ । ଜୀବିତ ଥିବା ନେଇ ଇନଷ୍ଟାଗ୍ରାମରେ ଭିଡିଓ ଜାରି କଲେ ପୁନମ । ସର୍ଭିକାଲ କ୍ୟାନସର ସଚେତନତା ପାଇଁ ଏପରି କରିଥିବା କହିଲେ । ସର୍ଭାଇକାଲ କ୍ୟାନ୍ସରରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଇଛି । ମିଳିମିଶି ଏଭଳି ରୋଗକୁ ଦୂର କରିବା । ଯେଉଁମାନଙ୍କୁ ମୁଁ କଷ୍ଟ ଦେଇଛି, ସେମାନଙ୍କୁ କ୍ଷମା ମାଗୁଛି ବୋଲି ପୁନମ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି । ମୃତ୍ୟୁ ନେଇ କାଲି ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ସର୍ଭିକାଲ କ୍ୟାନସରରେ ମୃତ୍ୟୁ ହୋଇଥିବା ପ୍ରକାଶ ପାଇଥିଲା । ଗତକାଲି ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର ଭାଇରାଲ ହୋଇଥିଲା । ପୁନମଙ୍କ ସର୍ଭାଇକାଲ କ୍ୟାନ୍ସରରେ ମୃତ୍ୟୁ ହୋଇଥିବା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରୁ ସୂଚନା ମିଳିଥିଲା । ଏହି ଖବର ଭାଇରାଲ ହେବା ପରେ ତାଙ୍କ ଫ୍ୟାନମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଥିଲା । ହେଲେ ଆଜି ସେ ନିଜେ ସାମ୍ନାକୁ ଆସି ସତ କଥା ସାମ୍ନାକୁ ଆଣିଛନ୍ତି ।
Views: 73