The Ultimate Managed Hosting Platform
ADVERTISEMENT

ପୁଣି ରେଳ ଦୁର୍ଘଟଣା ; ମାଲଗାଡିକୁ ଧକ୍କା ଦେଲା ମାଲଗାଡି, ଡ୍ରାଇଭର ଓ କୋ-ପାଇଲଟ ଆହତ

Facebook
Twitter
LinkedIn

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ଫତେହପୁରରେ ଏକ ରେଳ ଦୁର୍ଘଟଣା ଘଟିଛି । ଏଠାରେ ଗୋଟିଏ ହିଁ ଟ୍ରାକ୍ ଉପରେ ଆସୁଥିବା ଦୁଇଟି ମାଲଗାଡ଼ି ମଧ୍ୟରେ ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ଏକ ମାଲଗାଡ଼ିର ଇଞ୍ଜିନ୍ ଟ୍ରାକରୁ ଖସି କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଡ୍ରାଇଭର ଏବଂ କୋ-ପାଇଲଟ୍ ଆହତ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରେଳୱେର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି । ଏହି ଦୁର୍ଘଟଣା ଜିଲ୍ଲାର ଖାଗା କୋତୱାଲିର ପାମ୍ଭିପୁର ନିକଟରେ ଘଟିଛି । ଖବର ମୁତାବକ, ସନ୍ତରାଗାଛି ତିରୁପତି ଏକ୍ସପ୍ରେସ୍ ସନ୍ତରାଗାଛିରୁ ଶାଲିମାର ଯାଉଥିବା ବେଳେ ସାଇଡ୍ ଲାଇନରେ ଗୋଟିଏ ଇଞ୍ଜିନ ଦୁଇଟି ବଗିକୁ ଟାଣୁଥିଲା । ଫଳରେ ଦୁଇଟି ଯାକ ଟ୍ରେନ୍ ସାମ୍ନାସାମ୍ନି ହୋଇଥିଲେ । ଏହି କାରଣରୁ ୩ଟି ବଗି ଲାଇନଚ୍ୟୁତ ହୋଇଥିଲା । ତିରୁପତି ଏକ୍ସପ୍ରେସର ଦୁଇଟି ବଗି ଏବଂ ଅନ୍ୟ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଥିଲା । ଘଟଣା ପରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login