ନୂଆଦିଲ୍ଲୀ : ୟୁକ୍ରେନ ଉପରେ ପୁଣି ନୂଆ ମିଜାଇଲ ମାଡ କରିଛି ରୁଷ । ନୂଆ ହାଇପରସୋନିକ ବାଲାଷ୍ଟକ ମିଜାଇଲ ମାଡ କଲା ରୁଷିଆ । ନୂଆ ମିଜାଇଲ ଆକ୍ରମଣ ନେଇ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସୂଚନା । ରୁଷ ଆନ୍ତଃମହାଦେଶୀୟ ବାଲିଷ୍ଟିକ ମିଜାଇଲ ମାଡ କରିଛି । ମିଶାଇଲ ବ୍ୟତୀତ କିଞ୍ଜଲ ହାଇପରସୋନିକ ଏବଂ କେଏଚ-୧୦୧ କ୍ରୁଜ ମିସାଇଲରୁ ମଧ୍ୟ ଜୋରଦାର ଆଟାକ କରାଯାଇଛି । ବାୟୁସେନାର ସୂଚନା ମୁତାବକ , ଏହି ଆକ୍ରମଣ ଯୋଗୁଁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନ ବିଲ୍ଡିଂ ଏବଂ ସରଂଚନା ଗୁଡିକ ନଷ୍ଟ ହୋଇଯାଇଛି । ଆକ୍ରମଣରେ ଅଣ ଆଣବିକ ଅସ୍ତ୍ର ବ୍ୟବହାର କରାଯାଇଛି । କ୍ରୁଜ ମିଶାଇଲ ନିକ୍ଷେପ ପାଇଁ ରୁଷ ନିଜର ଦୀର୍ଘ ଦୂରଗାମୀ ବୋମା ବର୍ଷକ ଟିୟୁ-୯୫ଏମଏସ ବ୍ୟବହାର କରିଛି । ଏହି ବୋମା ବର୍ଷକ ଭୋଲଗୋଗ୍ରାଡ ଅଞ୍ଚଳରୁ ଉଡିଥିଲା ।
ତେବେ ଏହାରି ମଧ୍ୟରେ ରୁଷ ଦାବି କରିଛି ଯେ ଏହାର ଏୟାର ଡିଫେନ୍ସ ସିଷ୍ଟମ ଦୁଇଟି ବ୍ରିଟିଶ ଷ୍ଟର୍ମ ଶାଡୋକୁ ଖସାଇଦେଇଛି । ୟୁକ୍ରେନ ଏହି ମିଶାଇଲ ଗୁଡିକ ରୁଷ ଆଡକୁ ନିକ୍ଷେପ କରିଥିଲା । ପ୍ରଥମ ଥର ରୁଷ ବିରୋଧରେ ୟୁକ୍ରେନ ଏହି ମିଶାଇଲ ବ୍ୟବହାର କରିଛି ।
ପୁଣି ମିଜାଇଲ ମାଡ କଲା ରୁଷ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...