The Ultimate Managed Hosting Platform
ADVERTISEMENT

ପୁଣି ଆସିବ ମହାମାରୀ ! ୨୦୨୫କୁ ନେଇ ନଷ୍ଟ୍ରାଡମଙ୍କ ଭବିଷ୍ୟବାଣୀ

Facebook
Twitter
LinkedIn

ନୂଆଦିଲ୍ଲୀ : ୨୦୨୫କୁ ନେଇ ଭବିଷ୍ୟବାଣୀ କରିଛନ୍ତି ପ୍ରସିଦ୍ଧ ଫରାସୀ ଜ୍ୟୋର୍ତିବିଦ୍ ତଥା ଭବିଷ୍ୟକାର ମିସେଲ ନଷ୍ଟ୍ରାଡମ । ୧୫୫୫ ମସିହାରେ ତାଙ୍କ ଦ୍ୱାରା ରଚିତ ଦି ପ୍ରଫେସିସ ରେ ପଦ୍ୟ ଆକାରରେ ପ୍ରାୟ ୯୪୨ଟି ଭବିଷ୍ୟବାଣୀ ରହିଛି । କିଛି ବର୍ଷ ଧରି ଲାଗି ରହିଥିବା ଏକ ଯୁଦ୍ଧ ୨୦୨୫ରେ ଶେଷ ହେବ ବୋଲି ନଷ୍ଟ୍ରାଡାମ ତାଙ୍କ ଭବିଷ୍ୟବାଣୀରେ ଉଲ୍ଲେଖ କରିଛନ୍ତି।ତେବେ ଏହି ଯୁଦ୍ଧ ଆଉ କିଛି ନୁହେଁ , ଏହା ରୁଷ-ୟୁକ୍ରେନ ଯୁଦ୍ଧ ବୋଲି ଧରି ନିଆଯାଇଛି। ଅର୍ଥ ଅଭାବରୁ ଏହି ଯୁଦ୍ଧ ବନ୍ଦ ହେବ ବୋଲି ନଷ୍ଟ୍ରାଡାମ ପରୋକ୍ଷରେ ସୂଚିତ କରିଥିଲା ବେଳେ ବର୍ତ୍ତମାନ ରୁଷ ଏବଂ ୟୁକ୍ରେନ ଯୁଦ୍ଧକୁ ନେଇ ଯେଭଳି ସ୍ଥିତି ଉତ୍ପନ୍ନ ହୋଇଛି ତାହା ସୂଚିତ କରୁଛି ବୋଲି ଆକଳନ କରାଯାଉଛି।ଯୁଦ୍ଧ ବ୍ୟତୀତ ଏହି ବର୍ଷ ପୃଥିବୀ ସହ ଏକ କ୍ଷୁଦ୍ର ଗ୍ରହ ମାଡ଼ ହେବ ବୋଲି ନଷ୍ଟ୍ରାଡାମ ଉଲ୍ଲେଖ କରିଛନ୍ତି। ଏଥିରେ ପୃଥିବୀ ପୃଷ୍ଠର ଭୟଙ୍କର କ୍ଷତି ହେବା ସହିତ ମାନବସମାଜ ଅସ୍ତିତ୍ବ ରକ୍ଷା ପାଇଁ ବିରାଟ ଆହ୍ବାନ ସୃଷ୍ଟି ହେବ ବୋଲି କୁହାଯାଇଛି। ସେହିପରି ବ୍ରାଜିଲକୁ ‘ଗାର୍ଡେନ ଅଫ ଦି ୱାର୍ଲଡ’ ଭାବେ ଦର୍ଶାଇଥିବା ନଷ୍ଟ୍ରାଡାମ ୨୦୨୫ରେ ଏହି ଦେଶକୁ ଭୟଙ୍କର ପ୍ରାକୃତିକ ବିପତ୍ତିର ସାମ୍ନା କରିବାକୁ ପଡ଼ିବ ବୋଲି ଭବିଷ୍ୟବାଣୀରେ ଉଲ୍ଲେଖ ରହିଛି। ବ୍ରାଜିଲରେ ଭୟଙ୍କର ବନ୍ୟା ସହିତ ଆଗ୍ନେୟଗିରିରୁ ଅଗ୍ନି ଉଦଗୀରଣ ହେବ ବୋଲି କୁହାଯାଇଛି। ଏହାବ୍ୟତୀତ ୨୦୨୫ରେ ପୁଣି ଏକ ମହାମାରୀ ସାରା ବିଶ୍ବକୁ ଗ୍ରାସିବ ବୋଲି ନଷ୍ଟ୍ରାଡାମଙ୍କ ଭବଷ୍ୟବାଣୀରେ ଉଲ୍ଲେଖ ରହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login