ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ଲୁଟ, ଡକାୟତି, ଛିନତାଇ ଭଳି ଘଟଣା ବୃଦ୍ଧି ପାଉଛି । ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ୍ । ଘରେ କେହି ନଥିବା ବେଳେ ଲୁଟ ହୋଇଥିବା ବେଳେ ଲୁଟ ବେଳର ସିସିଟିଭି ଫୁଟେଜ ମିଳିଛି । ବାଲିଅନ୍ତା ଥାନା ରଙ୍ଗ ବଜାର ଶ୍ରେୟା ଏସଜି ହାଇଟ୍ସ ଆପାର୍ଟମେଣ୍ଟର ଦୁଇଟି ଘରୁ ଲୁଟ ହୋଇଛି । ଚାରିରୁ ପାଞ୍ଚ ଜଣ ଲୁଟେରା ଘର ତାଲା କାଟି, ସୁନା ଗହଣା ଓ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । କିଛି ଦିନ ତଳେ ରାଜଧାନୀ ଉପକଣ୍ଠ ପୁବା ସାହି ଅଞ୍ଚଳରେ ଏଭଳି ସିରିଜ ଲୁଟ ହୋଇଥିଲା । ପୋଲିସ ଏ ଦିଗରେ ତଦନ୍ତ କରୁଛି । ସିସିଟିଭି ସହ ଭଲ ପଞ୍ଜୀକୃତ ସଂସ୍ଥାର ସିକ୍ୟୁରିଟି ରଖନ୍ତୁ ବୋଲି ଡିସିପି କହିଛନ୍ତି ।
Views: 33