ଜମ୍ମୁ : ଜମ୍ମୁ କଶ୍ମୀର ପୁଞ୍ଚ ରାଜମାର୍ଗରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଅଖନୁର ନିକଟରେ ପାହାଡରୁ ପଥର ଖସିବା ଯୋଗୁଁ ଯିବାଆସିବା ପ୍ରଭାବିତ ହୋଇଛି । ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନେଇ ରାସ୍ତାରୁ ମାଡ଼ି ହଟାବା ସହିତ ଯାନବାହନ ଯିବାଆସିବା ପାଇଁ ସୁଗମ କରୁଛି । ପାଣିପାଗ ବିଭାଗ ଯାତ୍ରୀଙ୍କୁ ସାବଧାନ ରହିବାକୁ ପରାମର୍ଶ ଦେଇଛି ।ଲଗାତାର ବର୍ଷା ଏବଂ ଭୂସ୍ଖଳନ ଆଶଙ୍କା ଯୋଗୁଁ ରାଜୌରୀ ଏବଂ ପୁଞ୍ଛ ଜିଲ୍ଲାରେ ଶିକ୍ଷା ବିଭାଗ ସମସ୍ତ ସ୍କୁଲକୁ ଅସ୍ଥାୟୀ ଭାବେ ବନ୍ଦ କରିବାକୁ ଆଦେଶ ଜାରି କରିଛି । ପିଲା ଏବଂ ଶିକ୍ଷକଙ୍କ ସୁରକ୍ଷାକୁ ଧ୍ୟାନରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।
Views: 103











