ପାଟନା : ବିହାରର ରୋହତାସ୍ ଜିଲ୍ଲାରେ ସୋନ୍ ନଦୀ ବନ୍ଧର ପିଲାର୍ ଏବଂ ସ୍ଲାବ୍ ମଝିରେ ଏକ ୧୨ ବର୍ଷର ବାଳକ ଫସିରହିଛି। ବନ୍ଧର ୧ ନମ୍ବର ପିଲାର୍ ନିକଟରେ ଦୁଇଟି କାନ୍ଥ ମଝିରେ ବାଳକଟି ରହିଛି। ବାଳକର ପରିଚୟ ଜଣାପଡ଼ିଛି। ସେ ହେଲେ ଭୋଲା ଶାହଙ୍କ ପୁଅ ରଞ୍ଜନ କୁମାର। ରଞ୍ଜନ ଗତ ୨ ଦିନ ହେବ ଘରୁ ନିଖୋଜ ଥିଲେ। କୁହାଯାଉଛି କି, ସେ ମାନସିକ ରୂପେ ଦୁର୍ବଳ। ବନ୍ଧର ତଳ ଭାଗରେ ଫସିରହିଥିବା ବେଳେ ଜଣେ ମହିଳା ବାଳକର ପାଟି ଶୁଣିବାକୁ ପାଇଥିଲେ, ଯାହାପରେ ମହିଳା ଜଣକ ଏ ନେଇ ତାଙ୍କ ଘରଲୋକଙ୍କୁ ସୂଚନା ଦେଇଥିଲେ। ଘରଲୋକେ ପହଞ୍ଚି ବାଳକକୁ ଉଦ୍ଧାର କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରିଥିଲେ। ହେଲେ ଏଥିରେ ବିଫଳ ହେବାରୁ ଏ ନେଇ ସ୍ଥାନୀୟ ପ୍ରଶାସନକୁ ଖବର ଦେଇଥିଲେ। ଖବର ପାଇ ବିଡିଓଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ପୋଲିସ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ମଧ୍ୟ ଉଦ୍ଧାର କାର୍ୟ୍ୟରେ ସଫଳ ହୋଇ ନ ଥିଲେ। ପରେ ଏସଡିଆରଏଫ୍ ଟିମ୍ ସହ ଏନଡିଆରଏଫ୍କୁ ମଧ୍ୟ ଖବର ଦିଆଯାଇଥିଲା। ପାଟନାରୁ ଏସଡିଆରଏଫ୍ ଟିମ୍ ପହଞ୍ଚି ବାଳକକୁ ସ୍ଲାବ୍ ମଝିରୁ ବାହାର କରିବାକୁ ଚେଷ୍ଟା ଚଳାଇଛି। ଜେସିବି ମେସିନ୍ ସହାୟତାରେ ପିଲାର୍ର କାନ୍ଥକୁ ଭାଙ୍ଗିବାକୁ ଚେଷ୍ଟା କରାଯାଉଛି। ସେପଟେ ବାଳକଟି ସୁସ୍ଥ ଅଛି। ତା’ ପାଖରେ ଅକ୍ସିଜେନ୍ ପହଞ୍ଚାଯାଉଛି। ଏଥିସହ ଖାଇବା ପାଇଁ ବିସ୍କୁଟ ମଧ୍ୟ ଦିଆଯାଇଛି।
ପିଲାରରେ ଫସିଛି ୧୨ ବର୍ଷର ବାଳକ,ଉଦ୍ଧାର ପାଇଁ ଚାଲିଛି ଉଦ୍ୟମ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...