The Ultimate Managed Hosting Platform
ADVERTISEMENT

ପିକଅପ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

Facebook
Twitter
LinkedIn

ଭଞ୍ଜନଗର : ପିକଅପ ଭ୍ୟାନ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ । ଘର ସମ୍ମୁଖରେ ଘଟିଛି ଏହି ଦୁର୍ଘଟଣା । ଭଞ୍ଜନଗର ଗାଙ୍ଗପୁର ଥାନା କେଶରାପଲ୍ଲୀ ଗାଁରେ ଭୋର ସମୟରେ ଘଟିଛି ଦୁର୍ଘଟଣା । ଭଂଜନଗରରୁ ଆସିକା ଅଭିମୁଖେ ଯାଉଥିବା ଏକ ପରିବା ବୋଝେଇ ପିକଅପ୍ ଭ୍ୟାନ୍ ରାସ୍ତା କଡ଼ରେ ଥିବା ଏକ ନଳକୂଅକୁ ଧକ୍କା ଦେଇ ଓଲଟି ପଡ଼ିଥିଲା ।ମୃତକ ଜଣକ କେଶରାପଲ୍ଲୀ ଗାଁର ସିମାଞ୍ଚଳ ସ୍ବାଇଁ । ଏହି ସମୟରେ ନଳକୂଅରୁ ସିମାଞ୍ଚଳ ସ୍ବାଇଁ ପାଣି ନେଉଥିଲେ । ପିକଅପ୍ ଭ୍ୟାନ୍ ଓଲଟିପଡିବା ଯୋଗୁ ଘଟଣା ସ୍ଥଳରେ ହିଁ ସିମାଞ୍ଚଳଙ୍କ ମୃତ୍ୟୁ ହୋଇଥିଲା । ଘନ କୁହୁଡି ସହ, ବେପରୁଆ ଏବଂ ଦ୍ରୃତ ଗାଡି ଚାଳନା ଯୋଗୁଁ ଏଭଳି ଦୁର୍ଘଟଣା ହୋଇଥିବା ଅଭିଯୋଗ କରି ସ୍ଥାନୀୟ ଲୋକ ରାସ୍ତାରୋକ କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login