ନୂଆପଡା : ପିକଅପ ଗାଡି ସହ ୩.୬୯ ଲକ୍ଷ ଟଙ୍କା ଜବତ । ଗାଡି ଚେକିଂ ବେଳେ ଜବତ କଲା ଜୋଙ୍କ ପୋଲିସ । ନୂଆପଡାରୁ ଛତିଶଗଡ ଯାଉଥିବା ବେଳେ ମିଳିଲା । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ପିକଅପ୍ ଭ୍ୟାନର ମାଲିକ ମହମ୍ମଦ ଅକବର ବୋଲି ଜଣାପଡିଛି। ମହମ୍ମଦ ଅକବରଙ୍କ ଗାଡିରୁ ଏହି ଟଙ୍କା ଜବତ ହୋଇଥିବା ପୋଲିସ ସୂଚନା ଦେଇଛି। ଗତକାଲି ରାତିରେ ଗାଡ଼ିରୁ ପୋଲିସ ଏତେଗୁଡିଏ ଟଙ୍କା ଉଦ୍ଧାର କରିଛି। ଗାଡିର ମାଲିକ ମହମ୍ମଦ ଅକବର ଟଙ୍କା ବିଷୟରେ କୌଣସି ଉତ୍ତର ଦେଇ ନ ପାରିବାରୁ ଟଙ୍କାକୁ ପୋଲିସ ଜବତ କରିଛି। ଟଙ୍କା କେଉଠିକୁ ଯାଉଥିବା ଏହାର ଛାନବିନ କରୁଛି ପୋଲିସ।
Views: 71