The Ultimate Managed Hosting Platform
ADVERTISEMENT

ପାର୍ବଣ ପୂର୍ବରୁ ରାଜଧାନୀରେ ବୋମା ମାଡ , ଭୟଭୀତ ଲୋକେ

Facebook
Twitter
LinkedIn

ଭୁବନେଶ୍ୱର : ରାଜଧାନୀରେ ଫୁଟିଲା ବୋମା । ଗତକାଲି ରାତି ୧୨ଟାରେ ବୋମା ମାଡ ହୋଇଛି । ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଛନ୍ତି ଦୁର୍ବୁତ୍ତ । ପାର୍ବଣ ପୂର୍ବରୁ ରାଜଧାନୀରେ ପୋଲିସ ପକ୍ଷରୁ କଡା ସୁରକ୍ଷା କରାଯାଉଥିବା ବେଳେ ଏଭଳି ଘଟଣା ଆତଙ୍କ ଖେଳାଇଦେଇଛି । କ୍ୟାପିଟାଲ ଥାନା ଗୈାତମ ନଗର ଫାଳିକିଆ ବସ୍ତିରେ ହୋଇଛି ବୋମାମାଡ । ପ୍ରଥମେ ଦୁଇଟି ବାଇକରେ ଆସି ଚକ୍କର କାଟିଥିଲେ ୩ ଜଣ ଦୁର୍ବୃତ୍ତ ପରେ ଦୁଇ ଦୁଇଟି ଜାଗାରେ ବୋମାମାଡ଼ କରି ଅନାୟାସରେ ଫେରାର ହୋଇଯାଇଛନ୍ତି । ବୋମାମାଡ଼ କାରଣରୁ ଉପୁଜିଥିବା ପ୍ରଚଣ୍ଡ ବିସ୍ଫୋରଣରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି । ଏହି ବୋମାମାଡ଼ରେ କିଛି ଧନଜବୀନ କ୍ଷତି ହୋଇନଥିଲେ ହେଁ ସାଧାରଣରେ ଆତଙ୍କ ଖେଳିଯାଇଛି । ପୋଲିସ ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତମାନଙ୍କୁ ଠାବ କରିବାକୁ ଉଦ୍ୟମ ଚଳାଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login