ନୂଆଦିଲ୍ଲୀ : ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ପ୍ରଶଂସକଙ୍କୁ ବଡ଼ ଝଟକା । ପହଲଗାମ ଆକ୍ରମଣ ପରେ, ଭାରତ ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ବଡ଼ ବଡ଼ ପାକିସ୍ତାନୀ କଳାକାରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ବ୍ୟାନ୍ କରିଛନ୍ତି। ଏହି ତାଲିକାରେ ହାନିଆ ଆମିରଙ୍କଠାରୁ ଆରମ୍ଭ କରି ଇମରାନ ଆବାସଙ୍କ ଭଳି ସେଲିବ୍ରିଟିଙ୍କ ନାଁ ରହିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରଠାରୁ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ, ଭାରତରେ ପାକିସ୍ତାନୀ ସେଲିବ୍ରିଟିଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟଗୁଡ଼ିକୁ ଏବେ ସସପେଣ୍ଡ କରାଯାଇଛି । ଯାହା ଫଳରେ ସେଲିବ୍ରିଟିଙ୍କ ଫଲୋଅର୍ସରେ ବହୁତ ହ୍ରାସ ପାଇଛି । ଇନଷ୍ଟାଗ୍ରାମରେ ଏହି ପାକିସ୍ତାନୀ କଳାକାରଙ୍କ ୟୁଜର ଆଇଡି ସର୍ଚ୍ଚ କଲେ ଲେଖାଯାଉଛି ଯେ – ଆକାଉଣ୍ଟ ଭାରତରେ ଉପଲବ୍ଧ ନାହିଁ। ଲୋକପ୍ରିୟ ଅଭିନେତ୍ରୀ ହାନିଆ ଆମିର ସେହି ପାକିସ୍ତାନୀ କଳାକାରଙ୍କ ମଧ୍ୟରେ ଅନ୍ୟତମ । ଯାହାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଭାରତରେ ବ୍ୟାନ୍ କରାଯାଇଛି। ଏହା ବ୍ୟତୀତ ଫିଲ୍ମ ରଇସରେ ଶାହରୁଖ ଖାନଙ୍କ ସହ ନଜର ଆସିଥିବା ମାହିରା ଖାନ, ଫିଲ୍ମ ମମରେ ଶ୍ରୀଦେବୀଙ୍କ ସହ କାମ କରିଥିବା ସଜଲ ଅଲି ଏବଂ ଏ ଦିଲ ହେ ମୁସକିଲରେ ନଜର ଆସିଥିବା ଇମ୍ରାନ ଆବାସ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି । ଏହା ବ୍ୟତୀତ ଅଲି ଜାଫର ସମେତ ଆହୁରି ଅନେକ ଆକାଉଣ୍ଟକୁ ମଧ୍ୟ ସସପେଣ୍ଡ କରାଯାଇଛି।
ପାକ ଅଭିନେତ୍ରୀଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ
Facebook
Twitter
LinkedIn
Facebook
Twitter
LinkedIn
Recent News
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...
Intrigue_certaine_et_défis_majeurs_avec_casino_spinania_pour_parieurs_audacieux
Intrigue certaine et défis majeurs avec casino spinania pour parieurs audacieuxL’Évolution des Jeux de Casino en LigneL'Impact des Nouvelles Technologies...







