The Ultimate Managed Hosting Platform
ADVERTISEMENT

ପାକିସ୍ତାନ ମ୍ୟାଚ୍‌ ପାଇଁ ମୁଁ ଚୂଡ଼ାନ୍ତ ଏକାଦଶ ବାଛିସାରିଛି- ରୋହିତ ଶର୍ମା

Facebook
Twitter
LinkedIn

ବହୁ ପ୍ରତୀକ୍ଷିତ ଭାରତ- ପାକିସ୍ତାନ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ମ୍ୟାଚ୍‌କୁ ନେଇ ବିଶ୍ୱ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଛି । ଆସନ୍ତା ୨୩ ତାରିଖ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦୁଇ ପାରମ୍ପରିକ ଦଳ ପରସ୍ପରକୁ ଭେଟିବେ । ଏହି ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଚୂଡ଼ାନ୍ତ ଏକାଦଶ ବାଛି ସାରିଥିବା ସ୍ପଷ୍ଟ କରିଛନ୍ତି ।

ବିଶ୍ୱକପର ଦିନକ ପୂର୍ବରୁ ଶନିବାର ୧୬ଟି ଦଳର ଅଧିନାୟକଙ୍କୁ ନେଇ ଫଟୋ ସୁଟ୍‌ କରାଯାଇଥିଲା । ଏହି ଅବସରରେ ରୋହିତ କହିଥିଲେ, ମୁଁ ଶେଷ ମିନିଟ୍‌ରେ ନିଷ୍ପତ୍ତି (ଦଳ ଚୟନ) ନେବାକୁ ବିଶ୍ୱାସ କରେନି । ମ୍ୟାଚ୍‌ ପୂର୍ବରୁ ଆମେ ଖେଳାଳିମାନଙ୍କୁ ଦଳ ଚୟନ ସମ୍ପର୍କରେ ଅବଗତ କରାଇଥାଉ, ଫଳରେ ସେମାନେ ପୂର୍ବରୁ ପ୍ରସ୍ତୁତି କରିପାରିବେ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପାଇଁ ମୁଁ ଚୂଡ଼ାନ୍ତ ଏକାଦଶ ଚୟନ କରିସାରିଛି । ସେମାନଙ୍କୁ ଏନେଇ ଜଣାଇ ସାରିଛି । ମୁଁ ଚାହୁଁଛି ସେମାନେ ଭଲ ଭାବେ ପ୍ରସ୍ତୁତି କରନ୍ତୁ । ଭାରତ-ପାକିସ୍ତାନ ମ୍ୟାଚ୍‌ର ଗୁରୁତ୍ୱ ଆମେ ଜାଣିଛୁ। ତେଣୁ ପ୍ରତିଥର ଏହାକୁ ନେଇ ଆଲୋଚନା କରିବା ଉଚିତ ନୁହେଁ । ଆମ ଦଳ ନିର୍ଭୟରେ ଖେଳୁଛି, ବିଶ୍ୱକପ୍‌ରେ ମଧ୍ୟ ଅନୁରୂପ ଖେଳିବୁ ।’

ବୁମରାଙ୍କ ଆହତ ସମସ୍ୟାକୁ ନେଇ ରୋହିତ କହିଥିଲେ, ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ ପରେ ବୁମରାଙ୍କୁ ବାଦ ଦିଆଯାଇଛି । ଆମ ପାଇଁ ବିଶ୍ୱକପ୍‌ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ତାଙ୍କ କ୍ୟାରିୟର ଏହାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ଖେଳରେ ଆହତ ସମସ୍ୟା ଏକ ଅଂଶ । ଏହାକୁ ନେଇ ଚିନ୍ତିତ ହେବା ଆବଶ୍ୟକ ନୁହେଁ । ଆମ ନିକଟରେ ବିକଳ୍ପ ଖେଳାଳି ଅଛନ୍ତି । ପେସ୍‌ ବୋଲର ମହମ୍ମଦ ସାମି ତାଙ୍କ ସ୍ଥାନରେ ସାମିଲ୍‌ ହୋଇଛନ୍ତି । ଆଗକୁ ଅଭ୍ୟାସ୍‌ ମ୍ୟାଚ୍‌ ଖେଳିବୁ । ସାମିଙ୍କ ଫିଟନେସ୍‌ ଓ ପ୍ରସ୍ତୁତି ଜଣାପଡ଼ିବ । ବିଶ୍ୱକପ୍‌ରେ ସୂର୍ଯ୍ୟକୁମାର ଦଳର ଏକ୍ସ-ଫ୍ୟାକ୍ଟର ହେବେ । ସେ ଭଲ ଫର୍ମରେ ଅଛନ୍ତି । ତାଙ୍କଠୁ ଆମେ ଶ୍ରେଷ୍ଠ ପ୍ରଦର୍ଶନ ଆଶା କରୁଛୁ ।’

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login