ନୂଆଦଲ୍ଲୀ : ପାକିସ୍ତାନରେ ଟ୍ରେନ ହାଇଜ୍ୟାକ ମାମଲାରେ ପାକିସ୍ତାନୀ ସେନା ବଡ଼ ସଫଳତା ମିଳିଛି । ବାଲୁଚ ବିଛିନ୍ନତାବାଦୀଙ୍କ କବଳରୁ ମୁକୁଳିଲେ ୧୫୫ ପଣବନ୍ଦୀ । ମୁକୁଳିଥିବା ପଣବନ୍ଦୀଙ୍କ ଭିତରେ ଅଛନ୍ତି ଅନେକ ମହିଳା ଓ ଶିଶୁ । ଏବେବି ପାଖାପାଖି ୧୦୦ ଯାତ୍ରୀଙ୍କ ମୁଣ୍ଡ ଜାମିନ୍ ରଖିଛି ବାଲୁଚ ଲିବରେସନ ଆର୍ମି । ବେଲୁଚିସ୍ତାନର କ୍ବେଟାରୁ ପେଶାୱାର ଯାଉଥିଲା ଜାଫର ଏକ୍ସପ୍ରେସ । ୯ଟି ବଗିରେ ଥିଲେ ୪୦୦ରୁ ଅଧିକ ଯାତ୍ରୀ । ଟ୍ରେନ ଉପରେ ଗୁଳିମାଡ଼ କରି ନିଜ କବଜାକୁ ନେଇଥିଲା ବିଏଲଏ । ମୁକୁଳିଥିବା ପଣବନ୍ଦୀଙ୍କ ଭିତରେ ଅଛନ୍ତି ଅନେକ ମହିଳା ଓ ଶିଶୁ । ଏଥିରେ ୧୧ ଜଣ ଶିଶୁ ରହିଛନ୍ତି । ପାକିସ୍ତାନରେ ପାସେଞ୍ଜର ଟ୍ରେନକୁ ହାଇଜ୍ୟାକ କରି ଯାତ୍ରୀଙ୍କୁ ମୁଣ୍ଡ ଜାମିନ ରଖିଛି ବାଲୁଚ ଲିବରେସନ ଆର୍ମୀ । ବେଲୁଚିସ୍ତାନ ପ୍ରଦେଶରେ ୪୦୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଯାତ୍ରା କରୁଥିବା ଟ୍ରେନକୁ ଗତକାଲି ଅପହରଣ କରି ନେଇଥିଲେ ବିଚ୍ଛିନ୍ନତାବାଦୀ । ପାକିସ୍ତାନ ସେନା ପହଞ୍ଚି କାଉଣ୍ଟର ଅପରେସନ ଆରମ୍ଭ କରିଥିଲା । ରାତି ତମାମ ଚାଲିଥିଲା ଲଢ଼େଇ । ସମସ୍ତ ବନ୍ଧକକୁ ଉଦ୍ଧାର କରିବା ପାଇଁ ପାକିସ୍ତାନ ଉଭୟ ଆକାଶ ଓ ସ୍ଥଳଭାଗରୁ ଅପରେସନ ଆରମ୍ଭ କରିଛନ୍ତି ।
ପାକିସ୍ତାନୀ ସେନାଙ୍କୁ ବଡ ସଫଳତା; ମୁକୁଳିଲେ ୧୫୫ ପଣବନ୍ଦୀ

Facebook
Twitter
LinkedIn
Facebook
Twitter
LinkedIn
Recent News
ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ
ବିହାର : ଆମ୍ବ ପାଇଁ ସ୍ୱାମୀ ସହ ଝଗଡା କରି ଜୀବନ ହାରିଲେ ସ୍ତ୍ରୀ । ବିହାର ସିବାନ ଜିଲ୍ଲାରେ ଘଟିଛି ଏହି ଘଟଣା । ଭଗବାନପୁର...
ରୋହିଙ୍ଗ୍ୟା ସନେ୍ଦହରେ ପ୍ରାୟ ୪୪୦ ଅଟକ
ଝାରସୁଗୁଡା : ଝାରସୁଗୁଡ଼ାରେ ରୋହିଙ୍ଗ୍ୟା । ରୋହିଙ୍ଗ୍ୟା ସନ୍ଦେହରେ ପ୍ରାୟ ୪୪୦ ଜଣ ଅଟକ। ଝାରସୁଗୁଡାର ବ୍ଲାକ ଡାଇମଣ୍ଡ ସ୍କୁଲ ଓ ଏକ କଲ୍ୟାଣ ମଣ୍ଡପରେ ଅଟକମାନଙ୍କୁ...
ଆସନ୍ତାକାଲି ଭାରତ ବନ୍ଦ, ମିଳିତ ମଞ୍ଚର ଧର୍ମଘଟ ଡାକରା
ନୂଆଦିଲ୍ଲୀ : ଆସନ୍ତାକାଲି ଭାରତ ବନ୍ଦ । ୨୫ କୋଟିରୁ ଅଧିକ ଶ୍ରମିକ, ଯେଉଁମାନେ ବ୍ୟାଙ୍କିଙ୍ଗ, ଡାକ ସେବା, ଖଣି, ନିର୍ମାଣ ଓ ପରିବହନ ଭଳି ସରକାରୀ...
ଆସାମରେ ଭୂକମ୍ପର ଝଟକା
ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...