The Ultimate Managed Hosting Platform
ADVERTISEMENT

ପହଲଗାମ ଆକ୍ରମଣର ପ୍ରତିଶୋଧ : ପ୍ରସ୍ତୁତ ହେଲାଣି ରାଫେଲ, କୈାଣସି ବି ମୂହୁର୍ତ୍ତରେ ଏୟାରଷ୍ଟ୍ରାଇକ !

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତ ନେବ ପହଲଗାମ ଆକ୍ରମଣର ପ୍ରତିଶୋଧ । ସେଥିପାଇଁ ପ୍ରସ୍ତୁତ ହେଉଛି ଭାରତ । ହାଇ ଆର୍ଲଟରେ ରହିଛି ବାୟୁସେନା,ସ୍ଥଳସେନା । ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ଫ୍ରାନ୍ସରୁ ଆସିଥିବା ରାଫେଲ୍ ଯୁଦ୍ଧବିମାନ । ଗତକାଲି ରାତିରେ ପଞ୍ଜାବରେ ବ୍ଲାକ୍ଆଉଟ୍ ଅପରେସନ କରିଛି ସେନା । ଅର୍ଥାତ୍ ୨୦୧୯ ସର୍ଜିକାଲ ଷ୍ଟ୍ରାଇକ୍ ଭଳି ଭାରତ ପାକିସ୍ତାନରେ ଥିବା ଆତଙ୍କୀ ଆଡ୍ଡା ଉପରେ ରାତିରେ ଆକ୍ରମଣ କରିପାରେ ବୋଲି କୁହାଯାଉଛି ।ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି ରାଫେଲ ଯୁଦ୍ଧବିମାନ । ରାଫେଲରେ ଆକ୍ରମଣ ପାଇଁ ରହିଛି ବିକଶିତ ଟେକ୍ନୋଲୋଜି । ଆକାଶରୁ ସ୍ଥଳ ୩୦୦ କିମି ଦୂର ଲକ୍ଷ୍ୟ ଭେଦି ପାରିବ ରାଫେଲ । ଆକାଶରୁ ଆକାଶ ୧୨୦ରୁ ୧୫୦ କିମି ଦୂରରେ ଆକ୍ରମଣ କରିପାରିବ । ଏହାକୁ ନେଇ ମୋଦୀଙ୍କ ସହ କଥା ହୋଇଛନ୍ତି ବାୟୁସେନା ମୁଖ୍ୟ । ଆତଙ୍କୀ ରାଷ୍ଟ୍ର ବିରୋଧରେ ସବୁ ପ୍ରକାରର ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି ଭାରତ । ଏବେ ରାତିରେ ଆକ୍ରମଣ ପାଇଁ ଭାରତ ପ୍ରସ୍ତୁତି କରୁଥିବା ଚର୍ଚ୍ଚା ହେଉଛି । କାରଣ ଗତକାଲି ପଞ୍ଜାବରେ ବ୍ଲାକଆଉଟ୍ ରିହର୍ସାଲ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login